ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏମ୍ସ ହସ୍ପିଟାଲରେ ଆରମ୍ଭ ହୋଇଛି ଡିଏନଏ ଟେଷ୍ଟିଂ ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ବିଏମ୍ସି କମିଶନର। ସେ କହିଛନ୍ତି, ମୃତଦେହ ଚିହ୍ନଟ ପାଇଁ ଡିଏନଏ ନମୁନା ଦେଇଛନ୍ତି ୧୦ରୁ ଅଧିକ ପରିବାର। ରିପୋର୍ଟ ଆସିବା ପରେ ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ପୂର୍ବରୁ ସମସ୍ତ ମୃତଦେହରୁ ନମୁନା ସଂଗ୍ରହ କରାଯାଇଛି । ମୃତଦେହଗୁଡିକ କଣ୍ଟେନରରେ ସଂରକ୍ଷିତ ହୋଇ ରହିଛି । ବର୍ତମାନ ସୁଦ୍ଧା ୬୪ଟି ମୃତଦେହ ସେମାନଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ୫୯ଟି ମୃତଦେହ ହସ୍ତାନ୍ତର ପାଇଁ ରହିଛି। ସୂଚନାଯୋଗ୍ୟ, ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୭୮ ଜଣଙ୍କ ଜୀବନ ଯାଇଛି । ଏମାନଙ୍କ ମଧ୍ୟରୁ ୧୭୭ ଜଣଙ୍କ ପରିଚୟ ମିଳିବା ସହ ମୃତଦେହକୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ହେଲେ ଏପର୍ଯ୍ୟନ୍ତ ୧୦୧ ମୃତଦେହ ଚିହ୍ନଟ ହୋଇପାରିନି । କୌଣସି ମୃତଦେହ ଚିହ୍ନଟ ନେଇ ଦ୍ୱନ୍ଦ୍ୱ ଦେଖାଦେଲେ ମୃତଦେହର ଡିଏନଏ ଟେଷ୍ଟ କରାଯିବ । ଭୁବନେଶ୍ୱର ଏମ୍ସରେ ଡିଏନଏ ଟେଷ୍ଟିଂ ପାଇଁ ସ୍ୱତନ୍ତ୍ର ଡେକ୍ସ ଖୋଲଯାଇଛି।






More Stories
ଅନ୍ତର୍ଜାତୀୟ ମହିଳା ଦିବସ:’ପାଇବା ପାଇଁ ଦେବା’……
ରାଷ୍ଟ୍ରପତିଙ୍କୁ ଅସମ୍ମାନ ଘଟଣା:ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ…..
ଆଜି ଆସିବ ସୁଭଦ୍ରା …..