ରିପୋର୍ଟ କାର୍ଡ / କେନ୍ଦୁଝର
ବନ୍ଦ ଘରୁ ଅବସରପ୍ରାପ୍ତ ଡାକ୍ତରଙ୍କ ମୃତଦେହ ଉଦ୍ଧାର ହୋଇଛି। କେନ୍ଦୁଝର ସଦର ଥାନା ଅଞ୍ଚଳରୁ ଆସିଛି ଏପରି ଦୁଃଖଦ ଖବର। ଗାଁ ଲୋକଙ୍କଠାରୁ ଖବର ପାଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ମହାଦେଈଜୋଡା ସ୍ଥିତ ନିଜ ଘରେ ରହୁଥିଲେ ଅବସରପ୍ରପର ଡାକ୍ତର ବଳରାମ ସାହୁ। ସେ ବିବାହ କରିନଥିଲେ। ତାଙ୍କର ନିକଟ ସମ୍ପର୍କୀୟମାନେ ରାଜ୍ୟ ବାହାରେ ଚାକିରି କରୁଥିବାରୁ ଘରକୁ ପ୍ରାୟତଃ ଆସନ୍ତି ନାହିଁ। ତେଣୁ ଡାକ୍ତର ସାହୁ ଏକାକୀ ଘରେ ରୁହନ୍ତି। ଚାକିରିରୁ ଅବସର ପରେ ପରିବାର ଲୋକେ ତାଙ୍କୁ ବହୁତ ଡାକିଥିଲେ। ମାତ୍ର ସେ ଯିବାକୁ ରାଜି ହୋଇନଥିଲେ। କାରଣ ସେ ଗାଁ ଛାଡ଼ି ଯିବାକୁ ଚାହୁଁନଥିଲେ। ହେଲେ ଗତ ଦୁଇ ଦିନ ହେଲା ଡାକ୍ତର ସାହୁ ଘରୁ ବାହାରୁନଥିଲେ। ଆଜି ଘର ଭିତରୁ ଦୁର୍ଗନ୍ଧ ବାହାରିଥିଲା। ସ୍ଥାନୀୟ ଲୋକଙ୍କ ମନରେ ନାନା ସନ୍ଦେହ ସୃଷ୍ଟି ହୋଇଥିଲା। ଏନେଇ ଗାଁ ଲୋକେ ପୋଲିସ କୁ ଖବର ଦେଇଥିଲେ। ପୋଲିସ ଗାଁରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି |






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..