ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୋଗୀ ଙ୍କ ସେବା କରିବା ଜଣେ ଡାକ୍ତରଙ୍କ କର୍ତ୍ତବ୍ୟ ଓ ଧର୍ମ। କିଛି ଡାକ୍ତରଙ୍କ ପାଇଁ ପୂରା ମେଡିକାଲ ସମାଜ ବଦନାମ ହେଉଛି। ସ୍କଟଲ୍ୟାଣ୍ଡରେ ରୋଗୀ ସେବା କରୁଥିବା ଜଣେ ଭାରତୀୟ ବଂଶୋଦ୍ଭବଙ୍କ ଲଜ୍ଜାଜନକ କାରନାମା ସମ୍ନାକୁ ଆସିଛି। ସେ ଦୀର୍ଘ ୩୫ ବର୍ଷ ମଧ୍ୟରେ ୪୮ ଜଣ ମହିଳା ରୋଗୀଙ୍କୁ ଯୌନ ନିର୍ଯାତନା ଦେବା ଘଟଣାରେ ଗୁରୁବାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆସନ୍ତା ମାସରେ ତାଙ୍କ ବିରୋଧରେ ଦଣ୍ଡବିଧାନ ଘୋଷଣା କରାଯିବ।ଏହି ରଙ୍ଗିଲା ଡାକ୍ତର ଜଣଙ୍କ ହେଉଛନ୍ତି କ୍ରିଷ୍ଣା ସିଂହ ତାଙ୍କ ବୟସ ୭୨ ବର୍ଷ। ସେ ଜେନେରାଲ ପ୍ରାଟିସନର ଭାବେ କାର୍ଯ୍ୟ କରନ୍ତି। ଶ୍ରୀ ସିଂହ ସେବା ଯୋଗାଇବା ବେଳେ ମହିଳା ରୋଗୀଙ୍କୁ କିସ କରୁଥିଲେ, ସେମାନଙ୍କ ସମ୍ବେଦନଶୀଳ ଅଞ୍ଚଳକୁ ସ୍ପର୍ଶ କରୁଥିଲେ। ଏଥିସହ ସେମାନଙ୍କୁ ଖରାପ ପରୀକ୍ଷା କରିବା ପାଇଁ କହୁଥିଲେ ଓ ଅଶ୍ଳୀଳ ମନ୍ତବ୍ୟ ଦେଉଥିବା ଭଳି କାଣ୍ଡ ଘଟାଉଥିଲେ। ଏପରି ଅଭିଯୋଗ ଆସିବା ପରେ ଗ୍ଲାସଗୋ ହାଇକୋର୍ଟରେ ଏହାର ବିଚାର କରାଯାଇଥିଲା। ଶୁଣାଣି ବେଳେ ହାଇକୋର୍ଟ ଡାକ୍ତର ଶ୍ରୀ ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଗ୍ଲାସଗୋ ହାଇକୋର୍ଟରେ ଶୁଣାଣି ସମୟରେ କହିଛନ୍ତି ଯେ ଡାକ୍ତର ସିଂହ ରୋଗୀମାନଙ୍କ ସହ ଯାହା କରିଛନ୍ତି ଓ ସେମାନଙ୍କୁ ଯାହା ବି ପରାମର୍ଶ ଦେଇଛନ୍ତି, ତା’ହା ସଂପୂର୍ଣ୍ଣ ଭାବେ ଭୁଲ। ତେଣୁ ତାଙ୍କୁ ଏହି ଘଟଣାରେ ଦୋଷୀ ସାବ୍ୟସ୍ତ କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ୧୯୮୩ ମସିହା ଫେବୃଆରୀ ମାସରୁ ୨୦୧୮ ମେ’ ମାସ ମଧ୍ୟରେ ହିଁ ଡାକ୍ତର ସିଂହଙ୍କ ବିରୋଧରେ ଏପରି ଅଭିଯୋଗ ସବୁ ଆସିଛି। ଅଧିକାଂଶ ଘଟଣା ଉତ୍ତର ଲାଙ୍କାଶାୟର ଥିବା ଗୋଟିଏ କ୍ଲିନିକରେ ଘଟିଥିଲା। ଏହାବାଦ ହସ୍ପିଟାଲର ଦୁର୍ଘଟଣା ଓ ଜରୁରୀକାଳୀନ ୱାର୍ଡ, ଗୋଟିଏ ପୁଲିସ୍ ଷ୍ଟେସନ୍ ଓ ରୋଗୀଙ୍କ ଘରକୁ ଯିବା ସମୟରେ ଡାକ୍ତର ସିଂହ ଏସବୁ କାଣ୍ଡ ଭିଆଇଛନ୍ତି।






More Stories
ମୋଦି,ଶାହା ଇସ୍ତଫା ଦେବା ଉଚିତ……
ଇସ୍ତଫା ଦେଲେ ପଶ୍ଚିମବଙ୍ଗ କ୍ରୀଡ଼ାମନ୍ତ୍ରୀ……
ଦିଲ୍ଲୀରେ ପଶିପାରିବନି ଏସବୁ ଗାଡି…..