Report Card Odisha

| Daily Odia News

ଡାକ୍ତରଙ୍କ ସୁରକ୍ଷା ପାଇଁ ଲାଗୁ ହେବ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ଆଜି ଆସିପାରେ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ । ଡିଏମ୍‌‌ଇଟି ଡାକ୍ତର ସନ୍ତୋଷ କୁମାର ମିଶ୍ର କହିଛନ୍ତି ଡାକ୍ତରଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ଏସ୍‌‌ଓପି ପ୍ରସ୍ତୁତ କରୁଛି। ସବୁ କଲେଜ ଅଧ୍ୟକ୍ଷଙ୍କୁ ସୁରକ୍ଷା ସମ୍ବନ୍ଧିତ ନିର୍ଦ୍ଦେଶାବଳୀ କଡ଼ାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯିବ ବୋଲି ସେ କହିଛନ୍ତି। ଚଳିତ ମାସ ୯ ତାରିଖରେ କୋଲକାତାର ଆର ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଡାକ୍ତରୀ ପ୍ରଶିକ୍ଷାର୍ଥୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାରା ଦେଶରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରିବା ଓ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଦାବି କରିବା ପରେ ସୁପ୍ରିମକୋର୍ଟ ଏ ନେଇ ଏସଓପି ଜାରି କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।

Breaking News