ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଡାକ୍ତରମାନେ କେଉଁ କାରଣ ପାଇଁ ଆଣ୍ଟିବାୟୋଟିକ୍ସ ଲେଖୁଛନ୍ତି ତାହା ପ୍ରେସକ୍ରିପ୍ସନରେ ଉଲ୍ଲେଖ କରିବେ। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ସମସ୍ତ ମେଡିକାଲ କଲେଜକୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ (DGHS)। ରୋଗର ଲକ୍ଷଣ, କାରଣ ସହିତ ଆଣ୍ଟିବାୟୋଟିକ୍ସ ପ୍ରୟୋଗର ଆବଶ୍ୟକତା କାହିଁକି ରହିଛି, ତାହା ଲେଖିବେ ଡାକ୍ତର। ଅନେକ ସମୟରେ ଡାକ୍ତରମାନେ ମନଇଚ୍ଛା ଆଣ୍ଟିବାୟୋଟିକ୍ସ ଲେଖୁଥିବା ଅଭିଯୋଗ ହୁଏ। ତେଣୁ ବିନା କାରଣରେ ଆଣ୍ଟିବାୟୋଟିକ୍ସ ବ୍ୟବହାର ଉପରେ ରୋକ୍ ଲଗାଇବାକୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି। ସେହିପରି ରୋଗୀ ମଧ୍ୟ ଜାଣିବା ଦରକାର ସବୁ ରୋଗରେ ଆଣ୍ଟିବାୟୋଟିକ୍ସ ଦରକାର ନାହିଁ। ତେଣୁ ଆଣ୍ଟିବାୟୋଟିକ୍ସର ଅପବ୍ୟବହାର ନକରିବାକୁ ନିବେଦନ କରାଯାଇଛି। ଆଣ୍ଟିବାୟୋଟିକ୍ସ ରେଜିଷ୍ଟାନ୍ସ ନେଇ ବିଭିନ୍ନ ମିଡିଆରେ ରିପୋର୍ଟ ପ୍ରକାଶ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଜାଗ ହୋଇଛି ଓ ଏଭଳି ପଦକ୍ଷେପ ନେଇଛି।






More Stories
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..
ଆଶା ଭୋସ୍ଲେଙ୍କ ପରଲୋକ…..