ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଡାକ୍ତର ସର୍ଜରୀ ଦ୍ୱାରା ଜଣେ ମହିଳାଙ୍କର ଆପେଣ୍ଡିକ୍ସ କାଢ଼ିଥିଲେ। ତେବେ ସିକ୍କିମର ମହିଳା ଜଣଙ୍କ ଅପରେସନ ପରେ ମଧ୍ୟ ଯନ୍ତ୍ରଣାରୁ ମୁକ୍ତି ପାଇ ନଥିଲେ। ଦୀର୍ଘ ୧୨ ବର୍ଷ ଧରି ତାଙ୍କୁ ଏପରି ଯନ୍ତ୍ରଣା ଭୋଗିବାକୁ ପଡ଼ିଥିଲା। ଅନେକ ଡାକ୍ତରଙ୍କୁ ସେ ନିଜର ଚିକିତ୍ସା କରିବାକୁ କହିଥିଲ ହେଁ କିଛି ବି ଲାଭ ମିଳି ନଥିଲା।ଡାକ୍ତର ତାଙ୍କ ଯନ୍ତ୍ରଣାର କାରଣ ଜାଣି ପାରିଛନ୍ତି। ଯନ୍ତ୍ରଣାର କାରଣ ଜାଣିବା ପରେ ମହିଳା ଓ ତାଙ୍କ ପରିବାର ସମେତ ସେ ଚିକିତ୍ସା ପାଇଁ ଯାଇଥିବା ଡାକ୍ତର ପୂରା ଚକିତ ହୋଇ ଯାଇଛନ୍ତି। ୪୫ ବର୍ଷୀୟ ମହିଳାଙ୍କ ତଳି ପେଟରୁ ବାହାରିଛି ଅପରେସନ ବେଳେ ବ୍ୟବହାର ହେଉଥିବା ଗୋଟିଏ କଇଁଚି। ୨୦୧୨ରେ ମହିଳାଙ୍କ ଅପରେସନ ଯେଉଁ ହସ୍ପିଟାଲର ଡାକ୍ତରମାନେ କରିଥିଲେ, ସେମାନେ ତାଙ୍କ ତଳି ପେଟରେ ଏହାକୁ ଛାଡ଼ି ଦେଇଥିଲେ। ସେବେଠାରୁ କଇଁଚିଟି ତାଙ୍କ ତଳି ପେଟରେ ରହିଥିଲା। ମହିଳାଙ୍କ ସ୍ୱାମୀ କହିଛନ୍ତି ଯେ ୨୦୧୨ରେ ଗ୍ୟାଙ୍ଗଟକର ଏସଟିଏନଏମ ହସ୍ପିଟାଲରେ ଆପେଣ୍ଡିକ୍ସ ଅପରେସନ ହୋଇଥିଲା। ତଥାପି ତାଙ୍କ ପତ୍ନୀ ସବୁବେଳେ ତଳି ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ। ୧୨ ବର୍ଷ ମଧ୍ୟରେ ସେ ଅନେକ ଡାକ୍ତରଙ୍କ ପରାମର୍ଶ ନେଇଥିବା ବେଳେ ସମସ୍ତେ ମେଡିସିନ ଦେଇଥିଲେ। ତଥାପି ସମୟକ୍ରମେ ଯନ୍ତ୍ରଣା ଅନୁଭବ ହେବାରେ ଲାଗିଥିଲେ। ଶେଷରେ ଅକ୍ଟୋବର ୮ରେ ସେ ପୁଣି ପତ୍ନୀଙ୍କୁ ଧରି ଏସଟିଏନଏମ ହସ୍ପିଟାଲକୁ ଯାଇଥିଲେ। ସେଠାରେ ଭଲ ଭାବେ ଏକ୍ସ ରେ କରାଯିବାରୁ ମହିଳାଙ୍କ ତଳି ପେଟରେ ଥିବା କଇଁଚି ସମ୍ପର୍କରେ ଜଣାପଡ଼ିଥିଲା।ଏକଥା ଜଣାପଡ଼ିବା ପରେ ଗୋଟିଏ ବିଶେଷଜ୍ଞ ଟିମ ମହିଳାଙ୍କ ତଳି ପେଟରୁ ଅପରେସନ ଦ୍ୱାରା କଇଁଚିକୁ ବାହାର କରିଛନ୍ତି। ଏବେ ମହିଳାଙ୍କ ଅବସ୍ଥା ସ୍ଥିର ରହିଛି ଓ ସେ ସୁସ୍ଥ ମଧ୍ୟ ହେଉଥିବା ଜଣାପଡ଼ିଛି।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..