Report Card Odisha

| Daily Odia News

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା | ଦୋଳ ମେଲଣ ପାଇଁ ଚାରିଆଡ଼େ ପ୍ରସ୍ତୁତି କରାଯାଇଛି। ରାଧା କୃଷ୍ଣଙ୍କୁ ବିମାନରେ ବସାଇ ରଙ୍ଗ ଖେଳହୁଏ | ଦୋଳପୂର୍ଣ୍ଣିମା ଦିନ ଠାକୁରମାନଙ୍କୁ ନୂତନ ବସ୍ତ୍ର ଲାଗି କରାଯାଏ। ଠାକୁରମାନେ ଦୋଳବେଦୀରେ ଦୋଳିରେ ବିରାଜମାନ କରନ୍ତି। ସେଠାରେ ତିନିଧୂପ ବାଳଭୋଗ ହୁଏ। ଫଗୁ ଓ ଆମ୍ବକଷି ଲାଗି ହୁଏ। ଫେରିବାବେଳେ ପୁନର୍ବାର ଦୋଳବେଦୀକୁ ସାତଥର ପରିକ୍ରମା କରି ଶ୍ରୀମନ୍ଦିରରେ ବିରାଜିତ ହୋଇଥାନ୍ତି। ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କର ରାଜବେଶ ହୁଏ, ଜଗନ୍ନାଥଙ୍କ ଦେହରେ ଫଗୁ ଲାଗିହୁଏ ଓ ସ୍ବର୍ଣ୍ଣ ନିର୍ମିତ ହସ୍ତ, ପଦ, ଶଙ୍ଖ, ଚକ୍ର, ଗଦା, ହଳ ପ୍ରଭୃତି ଧାରଣ କରି ଠାକୁରମାନେ ଶ୍ରୀକୃଷ୍ଣ ବଳରାମ ରୂପେ ଉଦ୍‌ଭାସିତ ହୋଇଥାନ୍ତି। ଦୋଳମଣ୍ଡପରେ ଯେଉଁମାନେ ଭଗବାନଙ୍କୁ ଦର୍ଶନ କରନ୍ତି, ସେମାନେ ବ୍ରହ୍ମହତ୍ୟାଦି ପଞ୍ଚ ମହାପାତଃଦୋଷରୁ ମୁକ୍ତିଲାଭ କରିଥାନ୍ତି। ବାସ୍ତବରେ ହୃଦୟରୂପକ ଦୋଳାରେ ରାଧାକୃଷ୍ଣଙ୍କୁ ଅଧିଷ୍ଠିତ କରି ନାମପ୍ରେମର ରଙ୍ଗରେ ସଜାଇ ଅହରହ ବାସୁଦେବ କୃଷ୍ଣଙ୍କର ମନ୍ତ୍ର ‘କ୍ଳୀଂ କୃଷ୍ଣାୟ’କୁ ମନବୀଣାରେ ଝଙ୍କୃତ କରିବା ହିଁ ଦୋଳଉତ୍ସବର ଦାର୍ଶନିକ ରହସ୍ୟ ରୂପେ ଉପଲବ୍ଧି କରାଯାଏ।

 

Breaking News