Report Card Odisha

| Daily Odia News

ପବିତ୍ର ଦୋଳ ପୂର୍ଣ୍ଣିମା ବା ଦୋଳ ଯାତ୍ରା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ହେଉଛି ପବିତ୍ର ଦୋଳ ପୂର୍ଣ୍ଣିମା | ଏହାକୁ ଦୋଳ ଯାତ୍ରା ମଧ୍ୟ କୁହାଯାଏ | ଭାରତ ବର୍ଷରେ ଅନେକ ରାଜ୍ୟରେ ଦୋଳ ପର୍ବକୁ ପାଳନ କରାଯାଏ | ଦୋଳ ପୂର୍ଣ୍ଣିମା ରାଧାକୃଷ୍ଣଙ୍କୁ ଉତ୍ସର୍ଗିକୃତ କରାଯାଇଥାଏ | ଶ୍ରୀ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଝୁଲଣ ମଣ୍ଡପରେ ଦୋଳିରେ ବିଜେ କରିବା ସହ ସୁସଜ୍ଜିତ ବିମାନରେ ମଧ୍ୟ ଗ୍ରାମ ପରିକ୍ରମା କରନ୍ତି। ଆଜି ହେଉଛି ପବିତ୍ର ଦୋଳ ପୂର୍ଣ୍ଣିମା | ଏହାକୁ ଦୋଳ ଯାତ୍ରା ମଧ୍ୟ କୁହାଯାଏ | ଭାରତ ବର୍ଷରେ ଅନେକ ରାଜ୍ୟରେ ଦୋଳ ପର୍ବକୁ ପାଳନ କରିଥାନ୍ତି | ଦୋଳ ପୂର୍ଣ୍ଣିମା ରାଧାକୃଷ୍ଣଙ୍କୁ ଉତ୍ସର୍ଗିକୃତ କରାଯାଇଥାଏ | ଶ୍ରୀ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଝୁଲଣ ମଣ୍ଡପରେ ଦୋଳିରେ ବିଜେ କରିବା ସହ ସୁସଜ୍ଜିତ ବିମାନରେ ମଧ୍ୟ ଗ୍ରାମ ପରିକ୍ରମା କରାଯାଇଥାଏ | ଦୋଳ ବିମାନ ଆଗମନରେ ଗାଁର ପରିବେଶ ଭକ୍ତିମୟ ହୋଇଯାଏ | ଦୋଳ ବିମାନ କାନ୍ଧେଇ ଘଂଟା ଘଣ୍ଟ ବଜାଇ ଗ୍ରାମ କୁ ଗ୍ରାମ ବୁଲନ୍ତି | ଗାଁଠୁ ସହର ଚାରିଆଡେ ଉତ୍ସବ ମୁଖର ପରିବେଶ ହୋଇଥାଏ । ଦୋଳପୂର୍ଣ୍ଣିମାରେ ସ୍ୱରେଏଇ ଚୈତନ୍ୟ ଦେବଙ୍କର ଜନ୍ମ ଉତ୍ସବ ହୋଇଥାଏ | ମହାପ୍ରଭୁ ଜଗନ୍ନାଥ ମଧ୍ୟ ସୁନାବେଶ ହୋଇଥାନ୍ତି | ଏହାର ପରଦିନ ହୋଇଥାଏ ରଙ୍ଗର ପର୍ବ ହୋଲି | ସବୁ ରାଗ ଅଭିମାନକୁ ଭୁଲି ସମସ୍ତେ ଏକାଠି ହୋଇଥାନ୍ତି | ରଙ୍ଗ ମାରି ସ୍ନେହ ପ୍ରେମର ବାର୍ତ୍ତା ବହନକରନ୍ତି |

Breaking News