ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସରକାର ପେଟ୍ରୋଲ-ଡିଜେଲ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି କରିବା ପରେ ଏବେ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ ବଢାଇଛନ୍ତି । ସରକାର ଘରୋଇ ଏଲପିଜି ଗ୍ୟାସ୍ ସିଲିଣ୍ଡର ୫୦ ଟଙ୍କା ବୃଦ୍ଧି କରିଛନ୍ତି । ସୋମବାର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଘରୋଇ ଗ୍ୟାସ୍ ସିଲିଣ୍ଡର ଓ ଉଜ୍ବଳା ଯୋଜନା ଉପରେ ଦାମ୍ ୫୦ ଟଙ୍କା ବୃଦ୍ଧି ହୋଇଛି । ନୂଆ ଦର ଆଜି ରାତି ୧୨ଟାରୁ ଲାଗୁ ହେବ । କହିରଖୁଛୁ ଏବେ ଗ୍ୟାସ୍ ୮୨୯ ଟଙ୍କାରେ ମିଳୁଛି । ଦାମ୍ ବଢିବା ପରେ ୮୭୯ ଟଙ୍କା ହୋଇଯିବ । ଆଗକୁ ଏହି ପଦକ୍ଷେପ ଉପରେ ସମୀକ୍ଷା କରାଯିବ ବୋଲି ହରଦୀପ କହିଛନ୍ତି । ଆଗାମୀ ୨-୩ ସପ୍ତାହରେ ଏନେଇ ସମୀକ୍ଷା କରାଯିବ । ଉତ୍ପାଦ ଶୁଳ୍କ ବୃଦ୍ଧି ପେଟ୍ରୋଲ ଓ ଡିଜେଲ ଦାମ୍ ଉପରେ ପଡିବନି ବୋଲି ସେ ସୂଚନା ଦେଇଛନ୍ତି ।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..