ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଘରୋଇ ହିଂସାରୁ ସୁରକ୍ଷା ଆଇନ ଅଧୀନରେ ଘରର ପରୁଷ ସଦସ୍ୟ, ବିଶେଷକରି ସ୍ବାମୀଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ନାହିଁ। ବିବାହିତା ମହିଳାମାନଙ୍କ ସୁରକ୍ଷା ପାଇଁ ଏହି ଆଇନ ପ୍ରସ୍ତୁତ ହୋଇଛି ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଘରୋଇ ହିଂସା ଆଇନ ଅଧୀନରେ ମହିଳାଙ୍କୁ ସୁରକ୍ଷା ପାଇଁ ରହିଥିବା ଧାରା ୨(କ)ର ସଂଜ୍ଞା ଆଧାରରେ ହାଇକୋର୍ଟ ଏହା କହିଛନ୍ତି। ଘରୋଇ ହିଂସା ଆଇନର ଉକ୍ତ ଧାରା ଆଧାରରେ କୁହାଯାଇଛି ପୀଡ଼ିତ ବ୍ୟକ୍ତି ଅର୍ଥ କୌଣସି ମହିଳା ଯେ କି ପ୍ରତିବାଦୀଙ୍କ ସହିତ ଘରୋଇ ସଂପର୍କରେ ରହିଛନ୍ତି ବା ରହିଥିଲେ ଏବଂ ଯିଏ ପ୍ରତିବାଦୀ ଦ୍ବାରା ଘରୋଇ ହିଂସାର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି। ତେବେ ମାଜିଷ୍ଟ୍ରେଟଙ୍କ ଅଦାତଲରେ ସ୍ବାମୀଙ୍କ ଦ୍ବାରା ପତ୍ନୀଙ୍କ ବିରୋଧରେ ଘରୋଇ ହିଂସା ମାମଲା ହୋଇଛି। ଏହାକୁ ଖାରଜ କରିବା ପାଇଁ ପତ୍ନୀ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। ଏହି ଆବେଦନର ଶୁଣାଣି ବିଚାରପତି ଯଶମିତ ସିଂହ କରିବା ସହିତ ସ୍ବାମୀଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପ ଉପରେ ରହିତାଦେଶ ଲଗାଇଛନ୍ତି। ଘରୋଇ ହିଂସା ଆଇନ ଆଧାରରେ ସେ ଏହା କରିଛନ୍ତି। ବର୍ତ୍ତମାନର ମାମଲାରେ ସ୍ତ୍ରୀଙ୍କ ବିରୋଧରେ ସ୍ବାମୀ ଘରୋଇ ହିଂସା ଆଇନର ଧାରା ୧୨ ଅଧୀନରେ କାର୍ଯ୍ୟାନୁଷ୍ଠାନ ନେଇଥିଲା। କିନ୍ତୁ ପୁରୁଷ, ବା ବିଶେଷକରି ସ୍ବାମୀଙ୍କୁ ଏହି ଆଇନର ଧାରା ୨(କ) ଅଧୀନରେ ସୁରକ୍ଷା ଦେବାର ବ୍ୟବସ୍ଥା ସମ୍ଭବତଃ ନାହିଁ। ତେଣୁ ଏହି କାରଣରୁ ଦିଲ୍ଲୀର କାରକାରଡୁମା କୋର୍ଟର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ନିକଟରେ ଉକ୍ତ ମାମଲା ପଡ଼ି ରହିଛି। ଏଥିପାଇଁ ଉକ୍ତ ମାମଲାର ଶୁଣାଣିକୁ ଆସନ୍ତା ୧୪ ତାରିଖରେ କରିବାକୁ ହାଇକୋର୍ଟର ବିଚାରପତି ଧାର୍ଯ୍ୟ କରିଛନ୍ତି।
More Stories
ୟୁକ୍ରେନ ଉପରେ ଆକ୍ରମଣ କଲା ରୁଷ୍,୩୧ ମୃତ, ୫୦ ଆହତ……
ପଳାତକ ମେହୁଲ ଚୋକସିକୁ ଗିରଫ କଲା ପୋଲିସ…..
୫ ଦେଶରେ ଭୂମିକମ୍ପ ଝଟକା…..