ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ସୁରକ୍ଷା ସମ୍ବଳିତ ଗୋପନ ଦଲିଲ ବେଆଇନ ଭାବେ ରଖିବା ଅଭିଯୋଗରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ ହୋଇଛନ୍ତି। ମିୟାମିସ୍ଥିତ ସଂଘୀୟ ଅଦାଲତରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଛି। ୨୦୨୧ ଜାନୁଆରିରେ ରାଷ୍ଟ୍ରପତି କାର୍ଯ୍ୟାଳୟ ଛାଡ଼ିବା ପରେ ଟ୍ରମ୍ପ ଜାତୀୟ ସୁରକ୍ଷା ସମ୍ବଳିତ ଅନେକ ଗୋପନ ଓ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍କୁ ତାଙ୍କ ଘରକୁ ନେଇ ଯାଇଥିଲେ। ଏ ନେଇ ତାଙ୍କ ନାମରେ ମାମଲା ହୋଇଥିଲା। ଗୋପନ ଦସ୍ତାବିଜ ରଖିବା ଏବଂ ତାଙ୍କଠାରୁ ଏହି ଦସ୍ତାବିଜ୍ ଉଦ୍ଧାର ପାଇଁ ପ୍ରୟାସ କରିଥିବା ଅଧିକାରୀମାନଙ୍କୁ ମିଛ କହିବା ମାମଲାରେ ଟ୍ରମ୍ପ ଏବଂ ତାଙ୍କର ପୂର୍ବତନ ସହଯୋଗୀ ୱାଲ୍ଟ ନୌଟାଙ୍କ ନାମରେ ମାମଲା ହୋଇଥିଲା।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..