ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । ସବୁ ଦଳକୁ ଅଧିବେଶନରେ ସହଯୋଗ କରିବାକୁ ମୋଦୀ ନିବେଦନ କରିଛନ୍ତି । ଗୃହ କାର୍ଯ୍ୟରେ ବାଧା ନଦେବାକୁ ବିରୋଧୀଙ୍କୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି ସଂସଦରେ ଡ୍ରାମା ନୁହେଁ ଡେଲିଭରି ଆବଶ୍ୟକ । ଡ୍ରାମା କରିବାକୁ ବହୁତ ସ୍ଥାନ ରହିଛି, ସେଠାରେ କର, ଏଠାରେ କର ନାହିଁ । ଯେଉଁଠାରେ ହାରିଛନ୍ତି ସେଠାରେ ଯାଇକି କରନ୍ତୁ ବୋଲି ମୋଦୀ ସିଧାସଳଖ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି । ଚଳିତ ଅଧିବେଶନରେ ୧୫ଟି କାର୍ଯ୍ୟ ଦିବସ ରହିଥିବା ବେଳେ ୧୪ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ହୋଇପାରେ ।






More Stories
ଅତିରିକ୍ତ ବଜେଟ ଓଡ଼ିଶାବାସୀଙ୍କ ଆଶାକୁ ଧୂଳିସାତ କରୁଛି…..
ବଢିଲା ଆତ୍ମସମର୍ପଣ ରାଶି…..
ବଦଳିରେ ରହିବନି ରାଜନୈତିକ ହସ୍ତକ୍ଷେପ…..