Report Card Odisha

| Daily Odia News

ରେଳବାଇ ସମ୍ପତ୍ତି ନଷ୍ଟ ନ କରିବାକୁ କେନ୍ଦ୍ର ରେଳମନ୍ତ୍ରୀଙ୍କ ପରାମର୍ଶ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ଯୁବବର୍ଗ ଟ୍ରେନରେ ନିଆଁ ଲଗାଇ ଦେଇ ଜାତୀୟ ସମ୍ପତ୍ତି ନଷ୍ଟ କରି ଦଉଛନ୍ତି | ଯୁବବର୍ଗଙ୍କର ଏଭଳି ଉନ୍ମାଦ କାଣ୍ଡ ଦେଖି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ହିଂସାତ୍ମକ ବିରୋଧ ପ୍ରଦର୍ଶନରୁ ବିରତ ରହିବାକୁ ଅନୁରୋଧ କରିଛନ୍ତି । ରେଳବାଇ ହେଉଛି ଦେଶର ସମ୍ପତ୍ତି ଏବଂ ଏକ ଜାତୀୟ ସେବା । ତେଣୁ ଯୁବବର୍ଗ ରେଳ ସମ୍ପତ୍ତି ନଷ୍ଟ ନ କରିବାକୁ ଶ୍ରୀ ବୈଷ୍ଣବ ପରାମର୍ଶ ଦେଇଛନ୍ତି । କହିଛନ୍ତି ଯେ କେନ୍ଦ୍ର ସରକାର ଏହି ଯୋଜନାରବିଭିନ୍ନ ଦିଗ ଉପରେ ଗୁରୁତର ସହ ବିଚାର କରୁଛନ୍ତି ।

Breaking News