ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୁଣି ମୁଣ୍ଡ ଟକିଲାଣି କରୋନା | ଲହରପରେ ଲହର ନୂଆ ରୂପନେ ଆସୁଛି କରୋନା | ଏହି କୋଭିଡ୍-୧୯ ଯୋଗୁ ଚାଇନାର ସାଙ୍ଘାଇ ସହରରେ ଲକ୍ଡାଉନ ଜାରି କରାଯାଇଛି। କଡ଼ା କଟକଣା ଯୋଗୁ ସହରରେ ଲୋକଙ୍କ ଦୈନ୍ୟଦିନ ଜୀବନରେ ସମ୍ପୂର୍ଣ୍ଣ ରୂପେ ବାଧା ପ୍ରାପ୍ତ ହୋଇଛି। ଚାଇନାରେ ଶାଙ୍ଘାଇ ଏବେ କୋଭିଡ୍-୧୯ ପାଇଁ ହଟ୍ ସ୍ପଟ ପାଲଟିଛି। କିଛି ଦିନ ହେଲା ଦୈନିକ ସଂକ୍ରମଣ ହାର କମିଥିଲେ ମଧ୍ୟ ଅନ୍ୟ ଦେଶ ତୁଳନାରେ ଅଧିକ। ଏଣୁ ସହରର ୨୬ ମିଲିଅନ ବାସିନ୍ଦାଙ୍କୁ ଘରେ ରହିବାକୁ କୁହାଯାଇଛି। ଶାଙ୍ଘାଇର ଜଣେ ସ୍ଥାନୀୟ ବାସିନ୍ଦା ଟୁଇଟରରେ ଶେୟାର କରିଥିବା ଭିଡିଓରେ ଡ୍ରୋନ ଜରିଆରେ ଘୋଷଣା ହେଉଥିବା ଦେଖିବାକୁ ମିଳୁଛି। ତେବେ ଭିଡିଓକୁ ପ୍ରଥମେ ଓ୍ବିବୋରେ ଶେୟାର କରାଯାଇଥିଲା। ଏହାକୁ କିଛି ଚାଇନିଜ ଖବରଦାତା ଟୁଇଟରରେ ପକାଇଥିଲେ। ସ୍ଥାନୀୟ ଲୋକଙ୍କ ଅନୁବାଦ ଅନୁଯାୟୀ, ଡ୍ରୋନ ଦ୍ୱାରା ଲୋକଙ୍କୁ କୋଭିଡ୍-୧୯ କଟକଣାର ପାଳନ କରିବା ସହିତ ସ୍ବାଧୀନତା ପାଇଁ ଇଚ୍ଛାକୁ ନିୟନ୍ତ୍ରଣରେ ରଖିବାକୁ କୁହାଯାଇଛି। ଅନ୍ୟ ଏକ ଭିଡିଓରେ ହେଲ୍ଥକେୟାର କର୍ମୀ ଶାଙ୍ଘାଇ ରାସ୍ତାରେ ସର୍ବସାଧାରଣଙ୍କ ପାଇଁ ମେଗା ଫୋନରେ ଘୋଷଣା କରୁଛନ୍ତି। ‘ଆଜି ରାତିଠାରୁ ଦମ୍ପତିଙ୍କୁ ଅଲଗା ଶୋଇବାକୁ ପଡ଼ିବ। କିସ୍ କିମ୍ବା ଆଲିଂଘନ କରିପାରିବେ ନାହିଁ। ଅଲଗା ଖାଇବେ। ଆପଣଙ୍କ ସହଯୋଗ ଲାଗି ଧନ୍ୟବାଦ’ ବୋଲି ହେଲ୍ଥକେୟାର କର୍ମୀ କହୁଥିବା ଭିଡିଓରେ ଶୁଣିବାକୁ ମିଳୁଛି।






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……