Report Card Odisha

| Daily Odia News

କଟକରେ ଡବଲ ମର୍ଡର…..

ରିପୋର୍ଟ କାର୍ଡ / କଟକ

କଟକ ଦରଘା ବଜାର ଅଞ୍ଚଳରେ ଡବଲ ମର୍ଡର । ଦରଘା ବଜାର ଓଲ୍ଡ ଜେଲ କଲୋନୀରେ ବାପା ଓ ସାବତ ମା’କୁ ଅତି ନିର୍ମମ ଭାବେ ହତ୍ୟା କଲେ ପୁଅ । ଶୁକ୍ରବାର ରାତି ୯ଟା ସମୟରେ ବାପା ମା’ଙ୍କୁ ହତ୍ୟା କରି ସ୍ତ୍ରୀ’ଙ୍କୁ କଲ କରି କହିଲା ସବୁ ଅଧ୍ୟାୟ ଆଜି ଶେଷ କରିଦେଲି ବୋଲି କହିଥିଲେ ପୁଅ। ଏମିତି କିଛି ଅଭାବନୀୟ ଘଟଣା ଘଟିଛି କଟକ ସହରରେ। ଏକା ସାଙ୍ଗରେ ଗଡିଛି ଦୁଇ ଦୁଇଟି ମୁଣ୍ଡ । ସୂଚନା ମୁତାବକ, କଟକ ଓଲ୍ଡ ଜେଲ କଲୋନୀରେ ଦୀପକ କୁମାର ଦାସ ଓ ଦ୍ବିତୀୟ ପତ୍ନୀ ରିତାରାଣୀ ଦାସ ବାସ କରନ୍ତି । ତାଙ୍କର ଏକମାତ୍ର ପୁଅ ଆଲୋକ କୁମାର ଦାସଙ୍କ ସହ ଉଭୟ ମୃତକ ଦମ୍ପତିଙ୍କର ଜମିବାଡ଼ି ଓ ପଇସାକୁ ନେଇ ବିବାଦ ଲାଗି ରହିଥିଲା । ଆଉ ଏହି ବିବାଦ ଶୁକ୍ରବାର ରାତିରେ ନେଇଥିଲା ଉଗ୍ରରୂପ । ଧାରୁଆ ଛୁରୀରେ ପ୍ରଥମେ ସାବତ ମା’ଙ୍କୁ ହାଣି ହତ୍ୟା କରିଥିଲାବେଳେ ପରେ ବାପା ଯେତେବେଳେ ଆସି ପହଞ୍ଚିଥିଲେ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରି ନୃଶଂସ ଭାବେ ହତ୍ୟା କରିଥିଲେ । ଘଟଣାସ୍ଥଳରେ ଦାରଘା ବଜାର ଥାନା ପୋଲିସ ଓ ସାଇଣ୍ଟିଫିକ ପହଞ୍ଚି ତଦନ୍ତ କରିବା ସହ ଦୁଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଏସସିବିକୁ ପଠାଇଥିଲା। ଅନ୍ୟପଟେ ହତ୍ୟାକାରୀ ପୁଅକୁ ପୋଲିସ ଅଟକ ରଖିଛି।

Breaking News