Report Card Odisha

| Daily Odia News

ଡ. ମନୋଜ ଲେଙ୍କା ବାସ୍ତୁ ବିଜ୍ଞାନରେ ୟୁନିକ ୱାର୍ଲଡ ରେକଡ୍……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡିଶା ତଥା ଭାରତର ଅଦ୍ୱିତୀୟ ଆର୍ନ୍ତରଜାତୀୟ ବାସ୍ତୁବିତ୍ ଡ. ମନୋଜ କୁମାର ଲେଙ୍କାଙ୍କ ନାମ ୟୁନିକ ୱାର୍ଲଡ ବୁକ୍ ଅଫ୍ ରେକଡରେ ନାମ ସ୍ଥାନ ପାଇଛି । ତାଙ୍କର ବୈଜ୍ଞାନିକ ଧାରାରେ ବାସ୍ତୁ ବିଜ୍ଞାନର ଗବେଷଣା , ଶଙ୍ଖର ଉପକାରିତା ଉପରେ ଗବେଷଣା , ଗୋମୂତ୍ର , ଗୋମୟ, ଗଙ୍ଗାଜଳର ବ୍ୟବହାର ଓ ଦୈନଦିନ ଜୀବନରେ ବାସ୍ତୁଭିତିକ ସମସ୍ୟାକୁ ସହଜ , ସରଳ ଉପାୟରେ ସମାଧାନ କରିବା ଓ ସୁସ୍ଥ ଜୀବନ ଯାପନ କରିବା ନିମିତ ଗୃହ ଚତୁଃପାଶ୍ୱର୍ରେ କେଉଁ ବୃକ୍ଷ ଲଗାଇଲେ ଅଧିକ ଅମ୍ଳଜାନ ଗୃହକୁ ମିଳିବ ତା ସହିତ ଅଧିକରୁ ଅଧିକ ବିଭିନ୍ନ ଫଳ ଗଛ ରୋପଣ , ପରିବେଶ ପ୍ରଦୂଷଣରୁ ମୁକ୍ତି ଆଦିର ଗବେଷଣା ଓଡିଶା ତଥା ଭାରତ ପାଇଁ ବହୁ ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ଉପସ୍ଥାପନ ଜନମାନସର ସହଯୋଗରେ ଲାଗି ପାରିଛି ।

ଡ . ମନୋଜ ଲେଙ୍କାଙ୍କର ଦୀର୍ଘ ୨୦ ବର୍ଷର ଅଧ୍ୟୟନ ଓ ସମାଜ ସେବା ସହିତ ବାସ୍ତୁ ବିଜ୍ଞାନରେ ନକରାତ୍ମକ ଶକ୍ତି ଦୂରୀକରଣରେ ସହାୟକ ହୋଇଛି । ଜିଓ ପାର୍ଥିକର ଚାପ ବା ଭୂ-ଚାପ , ଜଳବାୟୁ ପ୍ରଦୂଷଣ , ଅଙ୍ଗାରକାମ୍ଳ ଦ୍ୱାରା ବ୍ୟଧି ସୃଷ୍ଟି , ଅଲ୍‌ଟ୍ରାଭାଉଲେଟ ଇନ୍‌ଫ୍ରାରେଡ ଦ୍ୱାରା ଆକସ୍ମିକ ଦୁର୍ଘଟଣାରୁ ମୁକ୍ତି ନିମିର୍ତ ସହଜ ଉପାୟ ଓ ତଥ୍ୟମାନ ଉପସ୍ଥାପନ କରିଛନ୍ତି । ଯାହା ଜୀବଜନ୍ତୁ ପଶୁପକ୍ଷୀଙ୍କ ପାଇଁ ଶୁଭ ସୂଚନା ଦିଏ । ଯଥା – ଖରାଦିନେ ପକ୍ଷୀମାନଙ୍କ ପାଇଁ ଛାତ ଉପରେ ପାଣି ରଖିବା । ପଶୁପକ୍ଷୀମାନଙ୍କ ପାଇଁ ରାସ୍ତା କଡରେ ପାଣି ରଖିବା ଆଦି ଗୁରୁତ୍ୱ ପୂର୍ଣ୍ଣ ପ୍ରଦକ୍ଷେପ ସମାଜ ସଂସ୍କାରରେ ସହାୟକ ହୋଇଛି । ଡ. ମନୋଜ ଲେଙ୍କା ହେଉଛନ୍ତି ପ୍ରଥମ ଆର୍ନ୍ତଜାତୀୟ ବାସ୍ତୁବିତ୍ ଯିଏକି ୫ବର୍ଷରେ ଏକ ଲକ୍ଷ ଲୋକଙ୍କୁ ବାସ୍ତୁ ପରାମର୍ଶ ଓ ବାସ୍ତୁ ସମସ୍ୟାର ସମାଧାନ କରାଇ ୱାଲ୍‌ଡ ବୁକ୍ ଅଫ୍ ରେକଡ୍‌ରେ ସ୍ଥାନ ପାଇଛନ୍ତି । ବର୍ତମାନ ସେ ଆମେରିକାନ ଆଷ୍ଟ୍ରୋ ଫେଡେରେସନର ଓଡିଶା ଚାପ୍‌ଟରର ଅଧ୍ୟକ୍ଷ ଥିବାବେଳେ ଏସିଆନ୍‌ ଆଷ୍ଟ୍ରୋ କଂଗ୍ରେସର କାର୍ଯ୍ୟ ନିର୍ବାହୀ ସଦସ୍ୟ ମଧ୍ୟ ଅଛନ୍ତି । ଓଡିଶାର ତଥା ଭାରତର ଅଗ୍ରଣୀ ଅନୁଷ୍ଠାନ ହାପି ଲିଭିଙ୍ଗ୍ ଫାଉଣ୍ଡେସନର ପ୍ରତିଷ୍ଠାତା ଅଟନ୍ତି ।

Breaking News