Report Card Odisha

| Daily Odia News

ସେବାଶ୍ରୀ ସମ୍ମାନ ୨୦୨୨ ରେ ସମ୍ମାନିତ ଡ଼ ନାରାୟଣ ମହାପାତ୍ର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଏକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ “ଶବରୀ”ର ବାର୍ଷିକ ଉତ୍ସବ “ଶବରୀ ଉତ୍ସବ ୨୦୨୨ “ଅବସର ରେ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ଓ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଭୁବନେଶ୍ବର ର ସମ୍ପାଦକ ଶ୍ରୀଯୁକ୍ତ ନାରାୟଣ ମହାପାତ୍ର ଙ୍କୁ ସେବାଶ୍ରୀ ସମ୍ମାନ ୨୦୨୨ ରେ ସମ୍ଵର୍ଦ୍ଧିତ ହୋଇଛନ୍ତି | ଡ. ମହାପାତ୍ର ଅନ୍ୟ ମାନବ କଲ୍ଯାଣ କାର୍ଯ୍ୟକ୍ରମ କରୁଥିବା ଅନୁଷ୍ଠାନ କୁ ଉତ୍ସାହିତ କରିବା ସହ ,ନିଜେ ରକ୍ତଦାନ କରିବା ସହ ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରିବା ଓ ବିଭିନ୍ନ ସ୍ତରରେ ମାନବ କଲ୍ୟାଣ କାର୍ଯ୍ୟ ନିମନ୍ତେ କାମ କରୁଥିବାରୁ ତାଙ୍କୁ ସେବାଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି | ଏହି ସମ୍ମାନ ପ୍ରଦାନ କାରିଛନ୍ତି ମୁଖ୍ୟ ଅତିଥି ପଦ୍ମଶ୍ରୀ କୁମକୁମ ମହାନ୍ତି, ବିଶିଷ୍ଠ ଅତିଥି ବିଚାରପତି ସଞ୍ଜୁ ପଣ୍ଡା, ଅନୁଷ୍ଠାନ ର ସଭାପତି ସୂର୍ଯ୍ୟନାରାୟଣ ଦାସ,ଉପ ସଭାପତି ମାନସ ରଞ୍ଜନ ଦାଶ ଓ ସମ୍ପାଦିକା ଗୁରୁ ସଂଘମିତ୍ରା ପରିଡା ଦ୍ଵାରା ସମ୍ମାନିତ ହୋଇଛନ୍ତି | ଏହି ଉତ୍ସବ କୁ ଡ.ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିଲେ | ଟ୍ରଷ୍ଟ ପକ୍ଷରୁ ସମାଜରେ ଅବହେଳିତ ବୃଦ୍ଧ ବାପା ମା ଓ ଅବହେଳିତ ଛୋଟ ପିଲାମାନଙ୍କ ପାଖରେ ପହଞ୍ଚି ସମସ୍ତଙ୍କର ମାଗଣା ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ ସେମାନଙ୍କ ସହ କିଛି ସମୟ ଖୁସି ଓ ଶାନ୍ତି ବାଣ୍ଟୁ ଥିବାରୁ ଅନୁଷ୍ଠାନ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରଯାଇଛି | ପୂର୍ବରୁ ମଧ୍ୟ ବହୁ ଜାତୀୟ ଓ ଅର୍ନ୍ତଜାତୀୟ ଅନୁଷ୍ଠାନ ପକ୍ଷରୁ ମଧ୍ୟ ନାରାୟଣ ମହାପାତ୍ର ଙ୍କୁ ମାନବ କଲ୍ଯାଣ କାର୍ଯ୍ୟ ନିମିତ ସମ୍ମାନିତ କରାଯାଇଛି |

Breaking News