ରିପୋର୍ଟ କାର୍ଡ / ଭୁବନେଶ୍ୱର
କଳା, ସଂସ୍କୃତି, ପରମ୍ପରାକୁ ଉଦ୍ଜୀବିତ କରି ରଖି ଜନମାନସରେ ଏକ ଆନ୍ଦୋଳନ ସୃଷ୍ଟି କରିବାର ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱକାଳର ସାଧନା ପାଇଁ ରାଜ୍ୟର ଅଗ୍ରଣୀ ସମାଜିକ ଓ ସାଂସ୍କତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘର ସଭାପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କୁ ବିରୂପା କଳା ଜ୍ୟୋତି ସମ୍ମାନ – ୨୦୨୨ ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ୧୦ମ ବିରୂପା ମହୋତ୍ସବ ପାଳନ ଅବସରରେ ଆ ଳିକ ସାମାଜିକ ଓ ସାଂସ୍କୃତିକ ଉନ୍ନୟନ ଟ୍ରଷ୍ଟ ଓ ବିଜୟାନନ୍ଦ ଯୁବ ପରିଷଦ ପକ୍ଷରୁ ସଂସ୍କୃତି ପ୍ରେମୀ ଇଂ ଦିଲ୍ଲୀପ୍ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ କେନ୍ଦ୍ରୀୟ ରେଡ୍କ୍ରସ୍ ରକ୍ତ ଭଣ୍ଡାରର ନିର୍ଦ୍ଦେଶକ ଡ. ଚନ୍ଦ୍ରିକା ପ୍ରସାଦ ଦାସ, ଜଳ ସେଚନ ବିଭାଗର ପ୍ରାକ୍ତନ ମୁଖ୍ୟଯନ୍ତ୍ରୀ ଇଂ କବି ପ୍ରସାଦ ମିଶ୍ର, ବାଲେଶ୍ୱର ଜିଲ୍ଲା ମଙ୍ଗଳ ଅଧିକାରୀ ବିଶ୍ୱଦର୍ଶୀ ସାହୁ ପ୍ରମୁଖ ଅତିଥି ରୂପେ ଯୋଗଦେଇ ଡ. ପ୍ରକାଶଙ୍କୁ ଉପଢୌକନ, ସ୍ମୃତି ଫକଳ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପ୍ରକାଶ ଥାଉକି ଡ. ପ୍ରକାଶ ୧୯୯୪ ମସିହାରୁ ଏହି ଅନୁଷ୍ଠାନକୁ ରୂପ ଦେଇ ଅଦ୍ୟାବଧି ଉତ୍କଳୀୟ କଳା, ସଂସ୍କୃତି, ପରମ୍ପରା ତଥା ବିଶେଷ କରି ୨୭ ବର୍ଷରୁ ଉର୍ଦ୍ଧ୍ୱକାଳ ଧରି ଦୁଇଟି ଅହୋରାତ୍ର ନାଟକ ପରିବେଷଣ କରି ଅ ଳର ଲକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ଯାତ୍ରା ସଂସ୍କୃତିର ପ୍ରଚାର ପ୍ରସାର ତଥା ଜନମାନସରେ ଏହାର ପ୍ରତିଫଳନ ସୃଷ୍ଟି କରିପାରିଛନ୍ତି । ସମ୍ବର୍ଦ୍ଧନାର ଉ ରରେ ଡ. ପ୍ରକାଶ କଳା ଓ ସଂସ୍କୃତିକୁ ବ ।ଇ ରଖିବା ଏକ ମହାନ ପର୍ବ ଏବଂ ଏହା ସମସ୍ତଙ୍କର ଦାୟିତ୍ୱ ଓ କ ର୍ବ୍ୟ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱରର ଅତିରିକ୍ତ ପୁଲିସ ଆୟୁକ୍ତ ଲଳିତେନ୍ଦୁ ମହାନ୍ତି, ରାଜ୍ୟ ସଂସ୍କୃତି ବିଭାଗର ଅଧିକାରୀ ତ୍ରିଲୋଚନ ବରାଳ, ବହୁଗ୍ରାମ ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ମହୋତ୍ସବର ସଂପାଦକ ବିଶ୍ୱ ରଞ୍ଜନ ସାହୁ, ସହ ସଂପାଦକ ସୁରେଶ କୁମାର ରାଉତ, ସଭ୍ୟବୃନ୍ଦ, ପରିଷଦର କର୍ମକ ର୍ା ଓ ଡ. ପ୍ରକାଶଙ୍କ ସଂଘର କର୍ମକ ର୍ା ପମୁଖ ଉପସ୍ଥିତ ଥିଲେ । ଡ. ପ୍ରକାଶଙ୍କର ଏହି ସର୍ବଜନାଦୃତ ସଫଳତାରେ ସ୍ଥାନୀୟ ବୁଦ୍ଧିଜୀବି ମହଲରେ ସ୍ୱାଗତ କରାଯିବା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରାଯାଇଛି ।






More Stories
ଦାୟିତ୍ୱ ବାଣ୍ଟିଲେ ନବୀନ…..
ହେରିଟେଜ୍ ହ୍ରଦ ବିନ୍ଦୁ ସାଗର…..
୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..