ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱରରେ ଡ୍ରେନରେ ଭାସିଯାଇ ପ୍ରାଣ ହରାଇଥିବା ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ପରିବାର ପାଇଁ ୪ ଲକ୍ଷ ତାଙ୍କର ଅନୁକମ୍ପା ରାଶି ଘୋଷଣା କରାଯଇଛି | ରିଲିଫ କୋଡ଼ ଅନୁସାରେ ଜ୍ୟୋତିଙ୍କ ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯିବ ବୋଲି ସୂଚନ ଦେଇଛନ୍ତି ଏକାମ୍ର ବିଧାୟକ ତଥ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା | ସୂଚନ ଯୋଗ୍ୟ- ରବିବାର ଅପରାହ୍ନ ୨ ଟାରେରେ ଟ୍ୟୁସନ ଯିବା ବେଳେ ଜ୍ୟୋତି ପ୍ରକାଶ ଡ୍ରେନରେ ଭାସି ଯାଇଥିଲେ। ଡ୍ରେନ୍ ନିକଟରୁ ତାଙ୍କର ସାଇକେଲ ଓ ଜୋତା ମିଳିଥିବା ବେଳେ ଜ୍ୟୋତିଙ୍କର କୌଣସି ପତ୍ତା ମିଳିପାରିନଥିଲା। ଦୀର୍ଘ ୧୯ ଘଣ୍ଟା ଅପରେସନ ପରେ ଆଜି ପଞ୍ଚସଖା ନଗର ମୁଖ୍ୟ ଡ୍ରେନ୍ ନିକଟ ବୁଦା ଭିତରୁ ମୃତଦେହକୁ ଉଦ୍ଧାର କରାଯାଇଛି। ଭୁବନେଶ୍ୱରର ଏମ୍ସ ହସ୍ପିଟାଲରେ ପୋଷ୍ଟମର୍ଟମ ପରେ ମୃତ ଶରୀର ପରିବାର ବର୍ଗଙ୍କୁ ଦିଆଯିଛି | କନ୍ଦ ବୁବାଳିରେ ଫାଟି ପଡୁ଼ଛି ପରିବାର |
More Stories
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….
ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଥିଲେ ଆସିବନି ଟଙ୍କା…..