ରିପୋର୍ଟ କାର୍ଡ / ଭୁବନେଶ୍ୱର
ପ୍ରେମ, ପ୍ରତାରଣା କୁ ନେଇ ରବିବାର ରାଜଧାନୀ ଭୁବନେଶ୍ୱରରେ ଘଟିଛି ଯାଇଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ଅନୁଯାୟୀ ରିସେପ୍ସନ୍ ଷ୍ଟେଜରୁ ବରକୁ ଉଠାଇ ନେଇଛି ପ୍ରେମିକା । ଅଧାରୁ ଭୋଜି ବନ୍ଦ ହୋଇଥିବା ବେଳେ ବର ଏବେ ଥାନାରେ । ରବିବାର ରାତିରେ ରାଜଧାନୀ ଭୁବନେଶ୍ୱରର ଧଉଳି ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ରାତିରେ ଏକ ମଣ୍ଡପରେ ରିସେପ୍ସନ୍ ଭୋଜି ଚାଲିଥିବା ବେଳେ ସେଠାରେ ପହଞ୍ଚିଥିଲେ ବର ସାଜିଥିବା ଯୁବକଙ୍କ ପ୍ରେମିକା । ତା’ପରେ ଆରମ୍ଭ ହୋଇଥିଲା ହାଇଡ୍ରାମା । ଉକ୍ତ ଯୁବତୀଙ୍କ ସହ ଯୁବକ ଜଣକଙ୍କ ପୂର୍ବରୁ ନିର୍ବନ୍ଧ ଶେଷ ହୋଇଥିଲା । ମାତ୍ର ଯୁବକ ଜଣକ ଅନ୍ୟ ଯୁବତୀଙ୍କୁ ବିବାହ କରିଥିବା ନେଇ ଯୁବତୀ ଥାନାରେ ଅଭିଯୋଗ କରିଥିଲେ । ଯୁବତୀ ଜଣକ ପୋଲିସ ସହାୟତାରେ ମଣ୍ଡପରେ ପହଞ୍ଚି ଥିଲେ । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ପଚରାଉଚରା ପାଇଁ ବରକୁ ପୋଲିସ ଥାନାରେ ଅଟକ ରଖିଛନ୍ତି ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..