ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଦିଲ୍ଲୀ ଯିବେ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ । ଭୁବନେଶ୍ୱର ବିମାନବନ୍ଦରରୁ ସକାଳ ୯ଟା ୪୦ରେ ଦିଲ୍ଲୀ ଯାତ୍ରା କରିବେ ବୋଲି ସୂଚନା ମିଳିଛି । ଦ୍ରୌପଦୀଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ କରିଥିବା ବେଳେ ଦ୍ରୌପଦୀଙ୍କୁ ନେଇ ସାରା ରାଜ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳୁଛି । ଭୁବନେଶ୍ୱର ସ୍ଥିତ ଏମସିଏଲ୍ ଗେଷ୍ଟ ହାଉସରେ ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇବାକୁ ଶୁଭେଚ୍ଛୁଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳୁଛି । ଦ୍ରୌପଦୀ ମୁର୍ମୁ ଗେଷ୍ଟ ହାଉସରୁ ବାହାରି ସିଧା ବିମାନବନ୍ଦରରେ ପହଞ୍ଚିବେ । ବିମାନବନ୍ଦରରୁ ସେ ଦିଲ୍ଲୀ ଯାତ୍ରା କରିବେ । ଦିଲ୍ଲୀ ଯାତ୍ରା କରିବା ପୂର୍ବରୁ ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିମାନବନ୍ଦରରେ ମଧ୍ୟ ଶୁଭେଚ୍ଛୁଙ୍କ ଗହଳି ଲାଗିଛି ।






More Stories
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….