Report Card Odisha

| Daily Odia News

ଆଜି ‌ଶପଥ ନେବେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…..

The Governor of Jharkhand, Smt. Draupadi Murmu meeting the Union Minister for Tribal Affairs, Shri Jual Oram, in New Delhi on December 27, 2016.

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରିବେ। ସେ ହେବେ ଦେଶର ୧୫ତମ ରାଷ୍ଟ୍ରପତି। ଏହା ସହିତ ସେ ହେବେ ଦେଶର ପ୍ରଥମ ଆଦିବାସୀ ଓ ଦ୍ବିତୀୟ ମହିଳା ରାଷ୍ଟ୍ରପତି। ସଂସଦର କେନ୍ଦ୍ରୀୟ ହଲ୍‌ରେ ଆୟୋଜିତ ଉତ୍ସବରେ ଦ୍ରୌପଦୀଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମଣା ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ପୂର୍ବାହ୍ଣ ପ୍ରାୟ ୧୦ଟା ୧୪ ମିନିଟ୍‌ରେ ସେ ଶପଥ ଗ୍ରହଣ କରିବେ। ୧୦ଟା ୧୮ରେ ଶପଥ ଗ୍ରହଣ ପଞ୍ଜିକାରେ ନୂଆ ରାଷ୍ଟ୍ରପତି ସ୍ବାକ୍ଷର କରିବେ। ଏହା ପୂର୍ବରୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଚିବ ୧୦ଟା ୧୧ ମିନିଟ୍‌ରେ ନିର୍ବାଚନ ଆୟୋଗଙ୍କ ନୂଆ ରାଷ୍ଟ୍ରପତି ନିର୍ବାଚିତ ସମ୍ପର୍କିତ ପ୍ରମାଣପତ୍ର ପାଠ କରିବେ। ଶପଥ ଗ୍ରହଣ ପରେ ୧୦ଟା ୨୩ରେ ଶ୍ରୀମତୀ ମୁର୍ମୁ ତାଙ୍କର ପ୍ରଥମ ଅଭିଭାଷଣ ପ୍ରଦାନ କରିବେ। ଶପଥ ଗ୍ରହଣ କାର୍ଯ୍ୟକ୍ରମ ସକାଳ ୯ଟା ୧୭ରେ ଆରମ୍ଭ ହୋଇ ୧୦ଟା ୩୫ରେ ଶେଷ ହେବ। ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବାଚସ୍ପତି ଓମ୍ ବିର୍ଲା, କେନ୍ଦ୍ର ମନ୍ତ୍ରୀ ପରିଷଦର ସଦସ୍ୟ, ସମସ୍ତ ସାଂସଦ, ସମସ୍ତ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଓ ଅନ୍ୟ ନିମନ୍ତ୍ରିତ ଅତିଥିମାନେ ଯୋଗ ଦେବ। ଏଥିପାଇଁ ରାଜଧାନୀ ଦିଲ୍ଲୀ ଏବେ ଚଳଚଞ୍ଚଳ ରହିବା ସହିତ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶପଥ ଗ୍ରହଣ ଉତ୍ସବ ଶେଷ​‌େ​‌ର ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ଭବନ ଅଭିମୁଖେ ଯାତ୍ରା କରିବେ। ସେଠାରେ ତାଙ୍କୁ ସେନାର ତିନି ବାହିନୀ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବ। ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ପୂର୍ବରୁ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ତିନି ସେନା ବାହିନୀ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବ। ସୂଚନା
ଅନୁସାରେ ଆଜି ଦ୍ରୌପଦୀ ମୁର୍ମୁ ରାଜଘାଟ ଯାଇ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ନିର୍ଦ୍ଧାରିତ ସମୟ ଅନୁସାରେ, ଦ୍ରୌପଦୀ ମୁର୍ମୁ ଆଜି ସକାଳ ୮.୧୫ରେ ଉମାଶଙ୍କର ଦୀକ୍ଷିତ ଲେନ୍‌ରେ ଥିବା ଅସ୍ଥାୟୀ ବାସଭବନରୁ ବାହାରି ୮.୩୦ରେ ରାଜଘାଟରେ ପହଞ୍ଚିଥିଲେ।

Breaking News