ରିପୋର୍ଟ କାର୍ଡ / ଭୁବନେଶ୍ୱର
ବସ୍ର ପ୍ରଥମ ପାସେଞ୍ଜର ଭାବେ ମହିଳାଙ୍କୁ ବାରଣ କଲେ ଦଣ୍ଡ ଦିଆଯିବ | ଏନେଇ ସବୁ ଆର୍ଟିଓମାନଙ୍କୁ ଚିଠି କରିଛନ୍ତି ଏସ୍ଟିଏ ସଚିବ। ଏନେଇ ନିୟମିତ ଯାଞ୍ଚ କରିବାକୁ ଆର୍ଟିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ମହିଳାଙ୍କୁ ବାରଣ କରୁଥିବେ, ଇ-ଚାଲାଣ କଟାଯିବ। ବସ୍ ମାଲିକଙ୍କ ନାଁରେ ଚାଲାଣ କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ସଚିବ। ପ୍ରକାଶଥାଉକି ବସରେ ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବାରଣର କୁତ୍ସିତ ପ୍ରଥା ଉଚ୍ଛେଦ ହେଉ, ସେମାନଙ୍କ ନିରାପତ୍ତା ଓ ସମ୍ମାନକୁ ସୁରକ୍ଷା ମିଳୁ । ସରକାରୀ ଓ ଘରୋଇ, ସବୁ ବସରେ ପ୍ରଥମ ଯାତ୍ରୀ ଭାବେ ଚଢ଼ିବାକୁ ଅନୁମତି ମିଳୁ । ବସରେ ମହିଳାଙ୍କୁ ପ୍ରଥମ ଯାତ୍ରୀ ଚଢାଇ ନଦେବାର କଳଙ୍କିତ ପ୍ରଥା ଉପରେ ବ୍ରେକ୍ ଦେବାକୁ ପରିବହନ କର୍ତ୍ତୃପକ୍ଷଙ୍କୁ ଏଭଳି ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା । ସୂଚନା ଅନୁସାରେ-କିଛି ଦିନ ତଳେ ଭୁବନେଶ୍ୱର ବରମୁଣ୍ଡାରୁ ମାଲକାନଗିରି ଯିବାକୁ ଚାହୁଁଥିବା ଜଣେ ମହିଳା ଯାତ୍ରୀ ବସରେ ଚଢ଼ିବାକୁ ଚାହିଁବାରୁ ତାଙ୍କୁ ବାରଣ କରିଥିଲେ କଣ୍ଡକ୍ଟର ।






More Stories
ଆଜିଠୁ ବିଧାନସଭା ବଜେଟ୍ ଅଧିବେଶ…..
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..