ରିପୋର୍ଟ କାର୍ଡ / ବାଲେଶ୍ୱର
ବାଲେଶ୍ଵର ଚାନ୍ଦିପୁର DRDO ସେଣ୍ଟରରୁ ତଥ୍ୟ ଲିକ୍ ମାମଲାରେ ଆଉ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। DRDOରେ ଡ୍ରାଇଭର ଭାବେ କାମ କରୁଥିବା ସଚିନ କୁମାରକୁ ଗିରଫ କରିଛି ବାଲେଶ୍ୱର ପୋଲିସ୍। ଏହାପରେ ତଥ୍ୟ ଲିକ୍ ମାମଲାରେ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ସଚିନ କୁମାର ଡ୍ରାଇଭର ଭାବେ କାମ କରି କଣ ସବୁ ତଥ୍ୟ ଲିକ୍ କରିଛିନ୍ତି | ପୂର୍ବରୁ ଗିରଫ ବ୍ୟକ୍ତିଙ୍କ ସହ ତାର କଣ ଲିଙ୍କ୍ ରହିଛି ସେ ସବୁ ଦିଗକୁ ଏବେ ତଦନ୍ତ ପରିସରଭୁକ୍ତ କରାଯାଇଛି। ଆଜି ଏହି ମାମଲାରେ ତଦନ୍ତ ଭାର ନେଇଛି କ୍ରାଇମବ୍ରାଞ୍ଚ । ଅତିରିକ୍ତ ଏସ୍ପି ପ୍ରଶାନ୍ତ ବିଶୋୟୀଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ବାଲେଶ୍ୱରରେ ପହଞ୍ଚି ଖୋଳତାଡ଼ କରୁଛି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIକୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୋଲିସ୍ ଏହି ୫ ଜଣଙ୍କୁ ଗିରଫ କରାଯାଇଛି।






More Stories
ପଶ୍ଚିମବଙ୍ଗ,ତାମିଲନାଡୁ ସମେତ ୫ ରାଜ୍ୟର ନିର୍ବାଚନ ଫଳାଫଳ…..
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……