Report Card Odisha

| Daily Odia News

ପ୍ରତିରକ୍ଷା ମନ୍ତ୍ରଣାଳୟର ୨ ନୂଆ କାର୍ଯ୍ୟାଳୟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିରକ୍ଷା ମନ୍ତ୍ରଣାଳୟର ଦୁଇଟି ନୂତନ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟାଳୟ କମ୍ପ୍ଲେକ୍ସ ଦିଲ୍ଲୀର କସ୍ତୁରବା ଗାନ୍ଧୀ ମାର୍ଗ ଏଭେନ୍ୟୁରେ ରହିଛି। ଏହି ଉଦ୍‌ଘାଟନୀ ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ, ରାଜ୍ୟ ପ୍ରତିରକ୍ଷା ମନ୍ତ୍ରୀ ଅଜୟ ଭଟ୍ଟ, ରାଜ୍ୟ ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ କୌଶଲ କିଶୋର, ସିଡିଏସ ଜେନେରାଲ ବିପିନ ରାୱତ ଏବଂ ସଶସ୍ତ୍ର ବାହିନୀର ମୁଖ୍ୟ ଉପସ୍ଥିତ ଥିଲେ। ପ୍ରତିରକ୍ଷା ମନ୍ତ୍ରଣାଳୟର କାର୍ଯ୍ୟାଳୟ ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଦିଲ୍ଲୀ ଆଜି ‘ନୂତନ ଭାରତ’ ଦୃଷ୍ଟିକୋଣ ଅନୁଯାୟୀ ଅଗ୍ରଗତି କରୁଛି ଏବଂ ନୂତନ ପ୍ରତିରକ୍ଷା କାର୍ୟ୍ୟାଳୟ କମ୍ପ୍ଲେକ୍ସଗୁଡିକ ଏବେ ଆମ ସେନାବାହିନୀଙ୍କୁ ସମସ୍ତ ଆଧୁନିକ ସୁବିଧା ଯୋଗାଇଦେବା ସହ ଉନ୍ନତମାନର କାର୍ଯ୍ୟ ଶୈଳୀ ଯୋଗାଇଦେବ। ନୂତନ ପ୍ରତିରକ୍ଷା କାର୍ଯ୍ୟାଳୟ କମ୍ପ୍ଲେକ୍ସରେ ସେନା, ନୌସେନା ଏବଂ ବାୟୁସେନା ସମେତ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ସଶସ୍ତ୍ର ବାହିନୀର ପ୍ରାୟ ୭,୦୦୦ ଅଧିକାରୀ କାମ କରିପାରିବେ। ପିଏମଓ ପକ୍ଷରୁ କୁହାଯାଇଛି ଯେ, ଏହି କୋଠାଗୁଡ଼ିକ ଆଧୁନିକ ହେବା ସହ ସୁରକ୍ଷିତ ମଧ୍ୟ। ବିଲ୍ଡିଂ କାର୍ଯ୍ୟ ପରିଚାଳନା ପାଇଁ ଏକ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଏବଂ କଣ୍ଟ୍ରୋଲ୍ ସେଣ୍ଟର ପ୍ରତିଷ୍ଠା କରାଯାଇଛି, ଯାହା ଉଭୟ ବିଲ୍ଡିଂର ସୁରକ୍ଷା ଓ ତଦାରଖ କରିବ।

 

Breaking News