Report Card Odisha

| Daily Odia News

ଭାଗ୍ୟ ବଦଳାଏ ଏହି ସ୍ୱପ୍ନ

ରିପୋର୍ଟ କାର୍ଡ

ସ୍ୱପ୍ନ ଦେଖିବା ହେଉଛି ସାଧାରଣ କଥା। ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ଅନେକ ସ୍ୱପ୍ନ ଭବିଷ୍ୟତ ବିଷୟରେ ଅନେକ ଶୁଭ ସୂଚନା ପ୍ରଦାନ କରିଥାଏ। ଏହାସହ ଭବିଷ୍ୟତରେ ହେବାକୁ ଥିବା କିଛି ଘଟଣା ବିଷୟରେ ମଧ୍ୟ ସଙ୍କେତ ଦେଇଥାଏ। ସ୍ୱପ୍ନରେ କିଛି ଲୋକେ ପଶୁପକ୍ଷୀଙ୍କୁ ଦେଖି ଥାଆନ୍ତି, ସେଭଳି କିଛି ଧନ-ସମ୍ପତ୍ତି ମଧ୍ୟ ଦେଖିଥାଆନ୍ତି। ତେବେ ଜାଣନ୍ତୁ ସ୍ୱପ୍ନରେ ଦେଖୁଥିବା ଏହି ୫ଟି ଜିନିଷ କି କି ସଙ୍କେତ ଦେଇଥାଏ….
ସ୍ୱପ୍ନରେ ଶୁଆ ଦେଖିବା ଶୁଭ ସଙ୍କେତ ବୋଲି କୁହାଯାଏ। ଏହାର ଅର୍ଥ ଆପଣଙ୍କୁ ହଠାତ୍‌‌ କେଉଁଠାରୁ ଧନ ଲାଭ ହେବ। ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ସ୍ୱପ୍ନରେ ମହୁମାଛି ବସା ଦେଖିବା ମଧ୍ୟ ଶୁଭଙ୍କର। ଏହାର ଅର୍ଥ ଆପଣଙ୍କ ଆୟରେ ବୃଦ୍ଧି ହେବ। ଭବିଷ୍ୟତରେ ଘରେ ସୁଖସମୃଦ୍ଧି ଭରପୁର ରହିବ। ହସଖୁସିରେ ଦିନ ବିତିବ। ଦେବୀଦେବତାଙ୍କୁ ସ୍ୱପ୍ନରେ ଦେଖିବା ବେଶ ଶୁଭଙ୍କର। ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ସ୍ୱପ୍ନରେ ଦେବୀଦେବତାଙ୍କୁ ଦେଖିବା ଅର୍ଥ ଆଗାମୀ ଦିନରେ ଆପଣଙ୍କର ହେବାକୁ ଥିବା କାମରେ ନିଶ୍ଚୟ ସଫଳତା ମିଳିବ। ଏହାସହ ଆମଦାନୀର ସ୍ରୋତ ବୃଦ୍ଧି ପାଇବ। ହଠାତ୍‌‌ ଧନ ପ୍ରାପ୍ତି ହେବ।
ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ସ୍ୱପ୍ନରେ ଫଳ ଭର୍ତ୍ତି ଗଛ ଦେଖିବା ଦ୍ୱାରା କିମ୍ବା ଏକାଧିକ ଗଛରେ ଫଳ ଭର୍ତ୍ତି ହୋଇଥିବା ଦେଖିବା ମଧ୍ୟ ଶୁଭଙ୍କର। ଏହାର ଅର୍ଥ ଭବିଷ୍ୟତରେ ଆପଣଙ୍କୁ ବହୁତ ଧନ ପ୍ରାପ୍ତ ହେବ। ଧନୀର ହେବାର ସମ୍ଭାବନା ଅଧିକ। ସ୍ୱପ୍ନରେ କଳାରଙ୍ଗର କଙ୍କଡା ବିଛା ଦେଖିବା ମଧ୍ୟ ଶୁଭଙ୍କର ବୋଲି କୁହାଯାଏ। ଏହାର ଅର୍ଥ ହଠାତ୍‌‌ ଆପଣଙ୍କୁ ଧନ ପ୍ରାପ୍ତି ହେବ।

 

Breaking News