Report Card Odisha

| Daily Odia News

ଓଡ଼ିଶାରେ ଡ୍ରାଇଭର ଆନ୍ଦୋଳନ ସ୍ଥଗିତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶାରେ ଡ୍ରାଇଭର ସଂଘ ଆନ୍ଦୋଳନ ସ୍ଥଗିତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ପରିବହନ କମିଶନର ଅମିତାଭ ଠାକୁର। ଫଳରେ ରାଜ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପରିବହନକୁ ନେଇ ଦେଖାଦେଇଥିବା ସଙ୍କଟ ଦୂର ହେବ ବୋଲି ଆଶା ଉଜ୍ଜୀବୀତ ହୋଇଛି। ଗତ ୩ ଦିନ ଧରି ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିଅରି ଛାଡ଼ ଆନ୍ଦୋଳନ ଚାଲିଥିବା ବେଳେ ରାଜ୍ୟରେ ପରିସ୍ଥିତି ଅସମ୍ଭାଳ ହେବାକୁ ଲାଗିଥିଲା। ଏପରି ସ୍ଥିତିରେ ଆଜି ପରିବହନ କମିଶନର ଅମିତାଭ ଠାକୁର ଡ୍ରାଇଭର ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନା ବେଶ୍‌ ଫଳପ୍ରଦ ହେବା ସହ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ପରିବହନ କମିଶନର ସୂଚନା ଦେଇଛନ୍ତି। କହିଛନ୍ତି ଡ୍ରାଇଭର ମହାସଂଘ କର୍ମକର୍ତ୍ତାଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିବା ବେଳେ ତାହା ଫଳପ୍ରଦ ହୋଇଛି। ୩ ବର୍ଷ ହେଲା ସେମାନେ କରି ଆସୁଥିବା ଦାବି ପୂରଣ କରାଯାଇଛି। ଫଳରେ ଆମ ଅନୁରୋଧ ରକ୍ଷା କରି ସେମାନେ ଆନ୍ଦୋଳନକୁ ପ୍ରତ୍ୟାହାର କରିଛନ୍ତି |

Breaking News