Report Card Odisha

| Daily Odia News

ପୁଟିନ୍‌ଙ୍କ ଘର ଉପରେ ଡ୍ରୋନ୍‌ ଆକ୍ରମଣ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପୁଟିନ୍‌ଙ୍କ ଘର ଉପରେ ଡ୍ରୋନ୍‌ ଆକ୍ରମଣ କରିବା ପାଇଁ ଚେଷ୍ଟା କରାଯାଇଥିବା ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍ ସୂଚନା ଦେଇଛନ୍ତି । ୟୁକ୍ରେନ୍‌ ଏହି ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିବା ସେ କହିଛନ୍ତି । ଡିସେମ୍ବର ୨୮ ଏବଂ ୨୯ ତାରିଖରେ ଏହି ଆକ୍ରମଣ କରାଯାଇଥିଲା । ମାତ୍ର ରୁଷ୍‌ର ସେନା ଏହାକୁ ପ୍ରତିହତ କରିଥିବା କଥା ସେ କହିଛନ୍ତି . ସମସ୍ତ ଡ୍ରୋନ୍‌କୁ ନଷ୍ଟ କରି ଦିଆଯାଇଛି । ଏବେ ରୁଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ବିରତି ପାଇଁ ଏବେ ଶାନ୍ତି ଆଲୋଚନା ଚାଲିଛି । ୟୁକ୍ରେନ୍‌ ଏଥର ଆଲୋଚନାରେ ସହମତି ପ୍ରକାଶ ନକଲେ ପରିଣାମ ଭୟାବହ ହେବ ବୋଲି ରୁଷ୍‌ ପକ୍ଷରୁ କୁହାଯାଇଛି । ଏବେ ରୁଷ୍‌ ୟୁକ୍ରେନ୍‌ର ବିଭିନ୍ନ ସରକାରୀ ପ୍ରତିଷ୍ଠାନ ଉପରେ ଆକ୍ରମଣ ପାଇଁ ଯୋଜନା କରୁଥିବା ସୂଚନା ମିଳିଛି । ୨୦୨୨ ଠାରୁ ରୁଷିଆ ଓୟୁ କ୍ରେନ୍ ମଧ୍ୟରେ ଯୁଦ୍ଧ ଚାଲିଛି । ଫେବ୍ରୁଆରି ୨୦୨୨ରେ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା । ରୁଷିଆର ରାଷ୍ଟ୍ରପତି ପୁଟିନ୍ ୟୁକ୍ରେନ୍ ଉପରେ ବଡ଼ ଧରଣର ଆକ୍ରମଣର ଘୋଷଣା କରିଥିଲେ । ରୁଷିଆ ସୈନ୍ୟବାହିନୀ ବିଭିନ୍ନ ଦିଗରୁ ଆକ୍ରମଣ କରିଥିଲେ । ୨୦୧୪ରୁ ଚାଲିଆସୁଥିବା ତିକ୍ତତା ଯୋଗୁଁ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା । ୟୁକ୍ରେନ୍‌ର ଶାସନ ମୁଖ୍ୟ ନାଟୋରେ ସାମିଲ ହେବା ଜିଦ୍‌ ଯୋଗୁଁ ରୁଷ୍‌ ୟୁକ୍ରେନ୍‌ ଉପରେ ଆକ୍ରମଣ କରିଥିଲା । , ରୁଷିଆ କ୍ରିମିଆ ଉପରେ ଅଧିକାର କରି ତାହାକୁ ନିଜର ଅଂଶ କରି ନେଇଥିଲା ଏବଂ ଡୋନବାସ୍ ଅଞ୍ଚଳରେ ବିଚ୍ଛିନ୍ନତାବାଦୀମାନଙ୍କୁ ସମର୍ଥନ ଦେଇଥିଲା।୨୦୨୨ର ଆକ୍ରମଣ ଏହାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପର ସବୁଠାରୁ ବଡ଼ ଯୁଦ୍ଧରେ ପରିଣତ କରିଦେଇଛି। ଏହି ଯୁଦ୍ଧରେ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି ଏବଂ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଏବେ ୟୁକ୍ରେନ୍ର ବଡ଼ ଅଂଶ ଉପରେ ରୁଷିଆ ନିୟନ୍ତ୍ରଣ କରିଛି।

Breaking News