ରିପୋର କାର୍ଡ / ନୂଆଦିଲ୍ଲୀ
ଦେଶରେ ରାଷ୍ଟ୍ରପତି ନିର୍ବାଚନ କୁ ନେଇ ରାଜନୀତି ସରଗରମ ରହିଥିବା ବେଳେ NDA ରାଷ୍ଟ୍ରପତି ପାର୍ଥୀ ଘୋଷଣା କରିଛି | ଜୁଲାଇ ୧୮ରେ ହେବାକୁ ଥିବା ଏହି ନିର୍ବାଚନ ପାଇଁ ଭାଜପା ଓଡ଼ିଶାର ଦ୍ରୌପଦୀ ମୁର୍ମୁ ଏବଂ ବିରୋଧୀ ପକ୍ଷରୁ ୟଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରାଯାଇଛି। ଆସନ୍ତା ଜୁନ୍ ୨୪ରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ସେହିପରି ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା ଜୁନ ୨୭ରେ ନିଜର ନାମାଙ୍କନପତ୍ର ଦାଖଲ କରିବେ। ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଭୋଟ ଗଣନା ଜୁଲାଇ ୨୧ରେ ହେବ ନାମାଙ୍କନ ପ୍ରକ୍ରିୟାର ଶେଷ ତାରିଖ ଜୁନ୍ ୨୯ ରହିଛି।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..