Report Card Odisha

| Daily Odia News

ରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଷ୍ଟ୍ରପତି ଭାବେ ଶପଥ ନେଲେ ଓଡ଼ିଆ ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ | ସେ ହେଉଛନ୍ତି ଦେଶର ୧୫ ତମ ଦ୍ଵିତୀୟ ମହିଳା ରାଷ୍ଟ୍ରପତି | ଦେଶର ଦ୍ଵିତୀୟ ଥର ପାଇଁ ଜଣେ ମହିଳା ସର୍ବଉଚ୍ଚ ପଦବୀରେ ବସିଛନ୍ତି | ଆଜି ସଂସଦର ସେଣ୍ଟ୍ରାଲ ହଲରେ ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ୍ ଏନ. ଭି. ରମନ୍ନା ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଆଜିଠାରୁ ଓଡ଼ିଶା ଓ ଦେଶ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ି ହୋଇ ଗଲା | ଦ୍ରୌପଦୀ ହେଉଛନ୍ତି ଦେଶର ସର୍ବ କନିଷ୍ଠା ରାଷ୍ଟ୍ରପତି | ଦ୍ରୌପଦୀ ମୁର୍ମୁ ଶପଥ ନେବା ପରେ ଅଭିଭାଷଣ ରଖି ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ କହିଛନ୍ତି | ସନ୍ଥ କବି ଭୀମ ଭୋଇଙ୍କ ଉକ୍ତିକୁ ଉଦ୍ଧାର କଲେ ଓଡ଼ିଆରେ କହିଲେ ମୋ ଜୀବନ ପଛେ ନର୍କ ପଡିଥାଉ ଜଗତ ଉଦ୍ଧାର ହେଉ, ଏହାକୁ ପୁଣି ହିନ୍ଦୀ ମଧ୍ୟ କହିଛନ୍ତି | ରାଷ୍ଟ୍ରପତି ଙ୍କ ଶପଥ ଗ୍ରହଣ ଉତ୍ସବରେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟାନାଇଡୁ, ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ ଏବଂ ଲୋକସଭାର ବାଚସ୍ପତି ଓମ୍‌ ବିର୍ଲାଙ୍କ ସମେତ ସମସ୍ତ କେନ୍ଦ୍ରମନ୍ତ୍ରୀ ଓ ସାସଂଦ ଉପସ୍ଥିତ ଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିଥିଲେ |

Breaking News