ରିପୋର୍ଟ କାର୍ଡ / କଟକ
ନକଲି ଜିନିଷର ପେଣ୍ଠ ସ୍ଥଳ ପାଲଟିଛି କଟକ | କେବେ ଘିଅ, ନକଲି ପନିର ଠାରୁ ଆରମ୍ଭ କରି ବିଭିନ୍ନ ନକଲି ଜିନିଷ ଠାବ ହେଉଛି | କିଛିଦିନର ବ୍ୟବଧାନ ପରେ ପୁଣି କଟକରେ ଠାବ ହୋଇଛି ନକଲି ଜିନିଷ। ଆଜି ଜଗତପୁରରେ ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରିରେ ସିଏମସି ସ୍ୱାସ୍ଥ୍ୟ ବିଭାଗ ଓ ଜଗତପୁର ପୁଲିସର ମିଳିତ ଭାବେ ଚଢାଉ କରିଛି। ନାମୀଦାମୀ କମ୍ପାନୀର ଲୋଗୋକୁ ଜାଲ କରି ମୃଦୁ ପାନୀୟ ପ୍ୟାକିଂ କରାଯାଉଥିଲା। ଏହାସହ ପୋଲିସ ଓ ସିଏମସି ସ୍ୱାସ୍ଥ୍ୟ ବିଭାଗ କମ୍ପାନୀର ମାଲିକକୁ ଅଟକ ରଖି ପଚରାଉଚରା ଜାରି ରହିଛି। ଏହି ମୃଦୁ ପାନୀୟକୁ ଜଗତସିଂହପୁର, ଢେଙ୍କାନାଳ,ଖୁଣ୍ଟଣୀ,ଯାଜପୁର ଆଦି ସ୍ଥାନକୁ ପଠାଯାଉଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଚଢାଉ ସହ ତଦନ୍ତ ଜାରି ରହିଛି।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..