ରିପୋର୍ଟ କାର୍ଡ / ଭୁବନେଶ୍ୱର
ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀ ବିକୁଥିଲେ ନକଲି ମଦ। ଆଉ ଦୀର୍ଘ ଦିନ ଧରି ଅସଲି ଭାବି ନକଲି ମଦକୁ ପିଇ ଯାଉଥିଲେ । ବରମୁଣ୍ଡା ବସଷ୍ଟାଣ୍ଡ ନିକଟ ଏକ ମଦ ଦୋକାନରେ ଅତର୍କିତ ଚଢଉ କରି ନକଲି ମଦ ବୋତଲ ଠାବ କରିଛି ଅବକାରୀ ବିଭାଗ। ଏଠାରେ ଅସଲି ବ୍ରାଣ୍ଡରେ ନକଲି ମତ ବିକ୍ରି ହେଉଥିବା ଅଭିଯୋଗ ହେବା ପରେ ଟିମ୍ ଚଢଉ କରାଯାଇଛି। ସୂଚନା ଅନୁସାରେ ବିଦେଶୀ ବ୍ରାଣ୍ଡର ମଦ ପିଇବା ପରେ ଗ୍ରାହକ ଫିଙ୍ଗି ଦେଉଥିବା ବୋତଲ ଆଣି ସେଥିରେ ମଦରେ ପାଣି ମିଶାଇ ସିଲ୍ କରାଯାଉଥିଲା। କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ଏକ ଟିମ୍ ସରକାରୀ ଲାଇସେନ୍ସ ପ୍ରାପ୍ତ ଏହି ଦୋକାନରେ ଚଢାଉ କରିଥିଲେ। ଚଢ଼ଉ ସମୟରେ ବିପୁଳ ପରିମାଣର ନକଲି ମଦ ଥିବା ଦେଖିବାକୁ ମିଳିଥିଲା। ଯେଉଁଥିରେ ରହିଛି ଦେଶୀ-ବିଦେଶୀ ହାଇଫାଇ ମଦ ଓ ବିଭିନ୍ନ ବ୍ରାଣ୍ଡର ବିଅର। ଅଭିଯୋଗ ଅନୁସାରେ ନାମୀଦାମୀ ମଦ ବୋତଲର ଲେବୁଲ୍ ଓ ଠିପି ଖୋଲାଯାଇ ସେଥିରେ ବିଭିନ୍ନ ରାସାୟନିକ ଦ୍ରବ୍ୟ ମିଶ୍ରଣ କରାଯାଉଥିଲା। ଆଉ ତା’ପରେ ତାକୁ ଉଚ୍ଚା ଦରରେ ବିକ୍ରି କରାଯାଉଥିଲା। ଅବକାରୀ ବିଭାଗ ସେହି ମଦ ଦୋକାନକୁ ଆଜି ସିଲ୍ କରିଛି। ଏଥିସହ ମଦ ଦୋକାନରେ ଥିବା ସବୁ ମଦକୁ ଯାଞ୍ଚ କରାଯାଉଛି। ନକଲି ମଦକୁ ଡୋଜର ମଡ଼ାଇ ଭଙ୍ଗା ଯାଉଛି। ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କା ମଦ ଭଙ୍ଗା ଯାଇଥିବା ଅନୁମାନ କରାଯାଉଛି। ହେଲେ ମଦ ଦୋକାନ ମାଲିକ ଫେରାର ହୋଇଯାଇଛି। ମଦ ଦୋକାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।






More Stories
୨୪ ରେ ବାରବାଟୀ ଟି-୨୦……
ଦୁଇ ଦିନ ସରକାରୀ କାର୍ଯ୍ୟାଳୟ ବନ୍ଦ…..
ବଢ଼ିବନି ବିଧାୟକଙ୍କ ଦରମା !…..