ରିପୋର୍ଟ କାର୍ଡ / କଟକ
ଚଳିତ ଦୁର୍ଗାପୂଜା ପାଇଁ ରାଜଧାନୀ ଭୁବନେଶ୍ଵର ଏବଂ କଟକରେ କମିଶନରେଟ ପୋଲିସ ପକ୍ଷରୁ ଏବେଠାରୁ ପଦକ୍ଷେପ ଆରମ୍ଭ ହୋଇଛି। ଦୁର୍ଗାପୂଜା ଅବସରରେ ମଦମୁକ୍ତ ଭସାଣି ଏବଂ ଡିଜେମୁକ୍ତ ରୋଷଣିକୁ ଗୁରୁତ୍ଵ ଦେଇଛି କମିଶନରେଟ ପୁଲିସ। ଦୁର୍ଗାପୂଜା ଭସାଣିରେ ଡିଜେକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ବୋଲି ପୁଲିସ କମିଶନର କହିଛନ୍ତି। କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକ ପରେ କମିଶନର ଏହି ସୂଚନା ଦେଇଛନ୍ତି। ଅକ୍ଟୋବର ୧୪ ତାରିଖରେ ଭସାଣି ଅନୁଷ୍ଠିତ ହେବ। ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିବ। ଭସାଣି ଶୋଭାଯାତ୍ରାରେ ସର୍ବାଧିକ ୬ଟି ବକ୍ସ ବଜାଇପାରିବେ। କିନ୍ତୁ ଡିଜେ ବଜାଇପାରିବେ ନାହିଁ। ଜୋରଜବରଦସ୍ତ ଚାନ୍ଦା ମାଗିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁରେ ଏତଲା ଦିଆଯିବ।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..