ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ପିଡିଏସ୍ ହିତାଧିକାରୀଙ୍କ ପାଇଁ ଆଧାରଯୁକ୍ତ e-KYC ଅବଧିକୁ ସରକାର ଆଉ ଦୁଇ ମାସ ବୃଦ୍ଧି କରିଛନ୍ତି। ଏହି ଅବଧି ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଯେଉଁ ହିତାଧିକାରୀମାନେ ଏପର୍ଯ୍ୟନ୍ତ e-KYC କରାଇ ନାହାନ୍ତି, ସେମାନେ ବର୍ଦ୍ଧିତ ସମୟ ଭିତରେ ନିକଟସ୍ଥ ରାସନ କାର୍ଡ ପରିଚାଳନା କେନ୍ଦ୍ରରେ ଆଧାରଯୁକ୍ତ e-KYC କରାଇବାକୁ ପରାମର୍ଶ ଦିଆଯାଇଛି। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି।ଏହାସହିତ ରାଜ୍ୟରେ ପୂର୍ବଭଳି ରାସନ ଚାଉଳ ଯୋଗାଣ ଜାରି ରହିବ। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ e-KYC କରି ନ ଥିବା ହିତାଧିକାରୀଙ୍କ ଚାଉଳ ଯୋଗାଣ ବନ୍ଦ ନେଇ ଯୋଗାଣ ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ଜାରି ହୋଇନାହିଁ। ଅର୍ଥାତ୍ ରାସନକାର୍ଡଧାରୀମାନେ ପୂର୍ବଭଳି ନିଜ କୋଟାର ଚାଉଳ ଉଠାଇ ପାରିବେ। e-KYC କରି ନ ଥିବା ୧୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଚାଉଳ ଯୋଗାଣ ନେଇ ମଧ୍ୟ କୌଣସି ଅପଡେଟ ଆସିନାହିଁ। ଚଳିତ ମାସ ୧୫ ତାରିଖରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅକ୍ଟୋବର ଶେଷ ସୁଦ୍ଧା e-KYC କରି ନ ଥିବା ହିତାଧିକାରୀଙ୍କୁ ନଭେମ୍ବରରୁ ଚାଉଳ ମିଳିବ ନାହିଁ ବୋଲି କହିଥିଲେ। କିନ୍ତୁ ଏହି ଅବଧି ବୃଦ୍ଧି ପରେ ହିତାଧିକାରୀମାନଙ୍କୁ ସମୟ ମିଳିଛି।






More Stories
ଭୁବନେଶ୍ୱରରେ ଭାରତୀୟ ସ୍ଥଳସେନା ମୁଖ୍ୟ…..
ମଦ ଦୋକାନ ପାଇଁ ହେବ ଲଟେରୀ….
ଆଜି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ…..