Report Card Odisha

| Daily Odia News

ମେଧାବୃତ୍ତି ପାଇଁ ୫ରୁ ଆବେଦନ ଆରମ୍ଭ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଶିକ୍ଷାବର୍ଷ ୨୦୨୧-୨୨ରେ ବିଭିନ୍ନ ମେଧାବୃତ୍ତି ଓ ଫକିରମୋହନ ଭାଷାବୃତ୍ତି ପାଇଁ ଜାନୁଆରୀ ୫ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଏହି ଆବେଦନର ଫେବୃଆରୀ ୫ ରହିଛି। ମହାବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀଙ୍କ କାଗଜପତ୍ର ଯାଞ୍ଚ ପ୍ରକ୍ରିୟା ଫେବୃଆରୀ ୨୦ ଯାଏଁ ଚାଲିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଭିଭାବକଙ୍କ ବାର୍ଷିକ ଆୟ ୬ଲକ୍ଷ ଟଙ୍କାରୁ କମ ସେହି ବିଦ୍ୟାର୍ଥୀ ଏହି ବୃତ୍ତି ଲାଗି ଆବେଦନ କରିପାରିବେ। ଯୁକ୍ତ ୩ର ୬ ହଜାର ପିଲାଙ୍କୁ ୩ବର୍ଷ ଲାଗି ୧୫ହଜାର, ୨୫ଶହ ସ୍ନାତକୋତ୍ତର (ପିଜି) ଛାତ୍ରଛାତ୍ରୀଙ୍କୁ ୨ବର୍ଷ ଲାଗି ୨୦ ହଜାର ଓ ବୈଷୟିକ ଶିକ୍ଷାରେ ଅଧ୍ୟୟନ କରୁଥିବା ୬ହଜାର ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ମେଧାବୃତ୍ତି ପ୍ରଦାନ କରାଯିବ। ଓଡ଼ିଆ ସମ୍ମାନ(ଅନର୍ସ) ରଖି ସ୍ନାତକର ୧୨ଶହ ପିଲା ଓ ୩ଶହ ପିଜି ପିଲାଙ୍କୁ ଫକିରମୋହନ ଭାଷାବୃତ୍ତି ୨୦ହଜାର ଟଙ୍କା ପ୍ରଦାନ କରାଯିବ। ସମୁଦାୟ ମୋଟ ୧୬ହଜାର ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

Breaking News