ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠାରୁ ରାଜ୍ୟର ସମସ୍ତ ଟ୍ରେଜେରୀମାନଙ୍କରେ ‘ଇ-ଭାଉଚର’ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ‘୫ଟି’ ଉପକ୍ରମ ଅଧିନରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଦିନକୁ ଦିନ ରାଜ୍ୟ ସରକାରଙ୍କ ବଜେଟର ଆକାର ବୃଦ୍ଧି ପାଇବା ସହିତ ଫାଇନାନ୍ସିଆଲ ଟ୍ରାଞ୍ଜାକସନ ମଧ୍ୟ ବଢ଼ିବାରେ ଲାଗିଛି । ତେଣୁ ସମୟର ଅପଚୟକୁ ରୋକିବା ଓ କାରବାର କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ଗ୍ରହଣ କରିଥିଲେ । ଏନେଇ ଗତ ମାସରେ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ରାଜ୍ୟର ୧୬୯ଟି ଟ୍ରେଜେରୀକୁ ଅନଲାଇନରେ ଯୋଡ଼ିବା ପାଇଁ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏହି ନିଷ୍ପତ୍ତି ନେଇଥିଲା ।






More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..