ରିପୋର କାର୍ଡ଼ / ନୂଆଦିଲ୍ଲୀ
ଆଜି ସକାଳୁ ସକାଳୁ କେନ୍ଦ୍ର ସରକାର ଆନ୍ଦୋଳନ ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛି। କୃଷି ଆଇନକୁ ନେଇ ଦୀର୍ଘ ୧୯ ମାସ ଧରି ଚାଲି ଆସୁଥିବା ଆନ୍ଦୋଳନକୁ ନେଇ ନିଜର ନିଷ୍ପତ୍ତି ବଦଳାଇଛନ୍ତି। କେନ୍ଦ୍ର ସରକାର ସଂସଦରେ ପାରିତ କରିଥିବା ୩ କୃଷି ଆଇନକୁ ପ୍ରତ୍ୟାହାର କରିବା ନେଇ ନିଷ୍ପତି ନେଇଛନ୍ତି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେବା ବେଳେ ଘୋଷଣା କରିଛନ୍ତି | କିନ୍ତୁ ଆଜି ହଠାତ ମୋଦି ସରକାରଙ୍କର ଏଭଳି ଘୋଷଣା ପରେ ଆରମ୍ଭ ହୋଯାଇଛି ରାଜନୈତିକ ବୟାନ ବାଜି । ନିର୍ବାଚନରେ ପରାଜୟ ଭୟରେ କୃଷି ଆଇନ କେନ୍ଦ୍ର ସରକାର ପ୍ରତ୍ୟାହାର କରିବେ ବୋଲି କହିଛି କଂଗ୍ରେସ । କୃଷି ଆଇନ ପ୍ରତ୍ୟାହାର ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍ କହିଛନ୍ତି କି ଏହି ତିନୋଟି କୃଷି ଆଇନ ପ୍ରତ୍ୟାହାର ପ୍ରଧାନମନ୍ତ୍ରୀ ମୋଦିଙ୍କ ହୃଦୟ ପରିବର୍ତ୍ତନ ଦ୍ବାରା କରିନାହାନ୍ତି ବରଂ ନିର୍ବାଚନ ହାରିଯିବା ଭୟରେ ଏହି ତିନୋଟି କୃଷି ଆଇନ ପ୍ରତ୍ୟାହାର କରିଛନ୍ତି ।ସେ ଆହୁରି କହିଛନ୍ତି କି ଗଣତନ୍ତ୍ରିକ ବିରୋଧ ଦ୍ବାରା ଯାହା ହାସଲ କରାଯାଇପାରିବ ନାହିଁ ତାହା ଆଗାମୀ ନିର୍ବାଚନରେ ଭୟ ଦ୍ବାରା ହାସଲ କରାଯାଇପାରିବ । ସେ ଯାହା ହେଉ ନା କାହିଁ ଏହା କୃଷକମାନଙ୍କ ପାଇଁ ଓ କଂଗ୍ରେସ ଦଳ ପାଇଁ ଏକ ବଡ଼ ବିଜୟ । ଉଭୟ ଚାଷୀ ସଂଗଠନ ଓ କଂଗ୍ରେସ କୃଷି ଆଇନ ବିରୋଧ କରିଥିଲେ ବୋଲି ଟୁଇଟ କରି କହିଛନ୍ତି ପି. ଚିଦାମ୍ବରମ୍ । ସରକାର ହୁଏତ ଏହାର ଚାରି ପାଖରେ ଥିବା ରାଜନୀତିକୁ ବିଚାର କରିଥିବେ । ତେବେ ଏହି କଳା ଆଇନକୁ ରଦ୍ଦ କରିବା ପାଇଁ ଏକ ସଠିକ୍ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । କିଶାନ ମୋର୍ଚ୍ଚାର ସତ୍ୟାଗ୍ରହରେ ଏହା ଏକ ଐତିହାସକ ସଫଳତା । କୃଷି ଆଇନ ବିରୋଧରେ ଆନ୍ଦୋଳନ କରି ବଳିଦାନ ଦେଇଥିବା ଚାଷୀମାନେ ଆଜି ନ୍ୟାୟ ପାଇଛନ୍ତି ବୋଲି କହିଛନ୍ତି ପଞ୍ଜାବ ପ୍ରଦେଶ କଂଗ୍ରେସ ମୁଖ୍ୟ ନବଜୋତ୍ ସିଂ ସିଦ୍ଧୁ । ଅନ୍ୟପକ୍ଷରେ ଆସନ୍ତା ବର୍ଷ ପଞ୍ଜାବ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ତେଣୁ ଏହି ନିର୍ବାଚନକୁ ଆଖି ଆଗରେ ରଖି ଯେପରି ନିର୍ବାଚନରେ ପରାଜୟ ପରଣ ଭୟରେ କେନ୍ଦ୍ର ସରକାର ଏପରି ନିଷ୍ପତି ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।






More Stories
ସମ୍ବିଧାନ ଉଚ୍ଛେଦ ପାଇଁ ପ୍ରସ୍ତାବ ଦେଉଛି ବିଜେପି……
ଦିଲ୍ଲୀରେ ବିଶ୍ବହିନ୍ଦୁ ପରିଷଦର ବିକ୍ଷୋଭ…..
ସୋନିଆ,ରାହୁଲଙ୍କୁ ହାଇକୋର୍ଟ ନୋଟିସ…..