ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନେପାଳରେ ରିଚର ସ୍କେଲ୍ରେ ୪.୪ ତୀବ୍ରତାର ଏକ ଭୂମିକମ୍ପ ହୋଇଛି। ଅନ୍ୟପକ୍ଷରେ ଦିଲ୍ଲୀ-ଏନସିଆରରେ ଏହି ଭୂମିକମ୍ପର ଝଟ୍କା ଅନୁଭୂତ ହୋଇଛି। ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ ନେପାଳର ଜୁମଲା ଠାରୁ ୬୯ କିଲୋମିଟର ଦୂରରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଅଫ୍ ସିସ୍ମୋଲୋଜି ଅନୁଯାୟୀ, ଭୂକମ୍ପର ଗଭୀରତା ୧୦ କିଲୋମିଟର ଥିଲା ଏବଂ ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଉଲ୍ଲେଖଯୋଗ୍ୟ, ଗତ କିଛି ମାସ ହେବ ନେପାଳରେ ବାରମ୍ବାର ଭୂକମ୍ପ ଅନୁଭୂତ ହେଉଛି। ଏହା ପୂର୍ବରୁ ଜାନୁଆରି ୨୪ ରେ ନେପାଳରେ ୫.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..
ମୋହସିନା କିଦୱାଇଙ୍କ ପରଲୋକ…..