Report Card Odisha

| Daily Odia News

ତାଇଓ୍ବାନରେ ଭୂକମ୍ପ ଅନୁଭୂ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତାଇଓ୍ବାନରେ ପୁଣି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ରେକର୍ଡ କରାଯାଇଛି। ୯ ମିନିଟରେ ୫ରୁ ଅଧିକ ଥର ଝଟକା ଲାଗିଛି। ଏଥିରେ ଦୁଇଟି ବଡ କୋଠା ଭାଙ୍ଗିଯାଇଥିବାବେଳେ ଏପର୍ଯ୍ୟନ୍ତ ମୃତାହତ ନେଇ କୌଣସି ସୂଚନା ମିଳିନି। ତାଇୱାନର ଶୌଫେଙ୍ଗ ଟାଉନସିପ୍, ହୁଆଲିନ୍ କାଉଣ୍ଟିରେ ଭୂକମ୍ପ ଅନୁଭୂତ ହୋଇଛି। ଏହା ମୁଖ୍ୟତଃ ଗ୍ରାମୀଣ ପୂର୍ବ କାଉଣ୍ଟି ହୁଆଲିନ୍ ଉପରେ କେନ୍ଦ୍ରୀଭୂତ ହୋଇଥିଲା । ଦୁଇ ସପ୍ତାହ ତଳେ ମଧ୍ୟ ତାଇଓ୍ବାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୭.୪ ରହିଥିଲା। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭୦୦ ରୁ ଅଧିକ ଲୋକ ଆହତ ହୋଇଥିବାର ସୂଚନା ମିଳିଥିଲା।

Breaking News