ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଣ୍ଡାମାନ ନିକୋବଳ ଦ୍ୱୀପପୁଞ୍ଜର ପୋର୍ଟବ୍ଲେୟାରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ରେକର୍ଡ କରାଯାଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲଜିର ସୂଚନା ଅନୁଯାୟୀ, ଶୁକ୍ରବାର ପ୍ରାୟ ୧୧.୫୬ରେ ଲୋକମାନେ ଭୂକମ୍ପ ଝଟକା ଅନୁଭବ କରିଛନ୍ତି। ଭୂକମ୍ପର କେନ୍ଦ୍ରସ୍ଥଳ ପୋର୍ଟବ୍ଲେୟାର ଠାରୁ ୧୪୦ କିମି ଦୂରରେ ରହିଥିଲା। ତେବେ ସଂସ୍ଥା ପକ୍ଷରୁ ଭୂକମ୍ପରେ ଏଯାଏ କୌଣସି ପ୍ରକାରର କ୍ଷୟକ୍ଷତି ହୋଇ ନଥିବା କୁହାଯାଇଛି। ଏହାପୂର୍ବରୁ ନିକୋବରରେ ୬ ମାର୍ଚ୍ଚରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..
ମୋହସିନା କିଦୱାଇଙ୍କ ପରଲୋକ…..