Report Card Odisha

| Daily Odia News

ଆଣ୍ଡାମାନ ନିକୋବରରେ ଭୂକମ୍ପ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଣ୍ଡାମାନ ଓ ନିକୋବରରେ ଭୂକମ୍ପ , ଏପର୍ଯ୍ୟନ୍ତ କ୍ଷୟକ୍ଷତିର ସୂଚନା ନାହିଁ । ଆଣ୍ଡାମାନ ଓ ନିକୋବର ଦ୍ଵିପପୁଞ୍ଜ​‌ରେ ଭୂମିକମ୍ପ ହୋଇଥିବା ସୂଚନା ମିଳିଛି । ଆଜି ମଧ୍ୟାହ୍ନ ୧୨:୬ ସମୟରେ ଭୂମିକମ୍ପ ହୋଇଥିବା ସୂଚନା ରହିଛି । ଭୂମିକମ୍ପ ହୋଇଥିବା , ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ସୂଚନା ଦେଇଛି । ସୂଚନା ଅନୁସାରେ ସମୁନ୍ର ପତ୍ତନ ଠାରୁ ୯୦କିମି ଭିତରେ ଭୂକମ୍ପର କେନ୍ଦ୍ରସ୍ଥଳ ସୃଷ୍ଟି ହୋଇଥିଲା । ରିକ୍ଟର ସ୍କେଲ୍‌ରେ ଭୂମିକମ୍ପର ତିବ୍ରତା ୫.୪ ମପାଯାଇଛି । ଏପର୍ଯ୍ୟନ୍ତ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ ।

Breaking News