ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜସ୍ତାନର ବିକାନୀରରେ ଏକ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଚର ସ୍କେଲରେ ଏହାର ତୀବ୍ରତା ୫.୩ ଥିବା ଜଣାପଡିଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁସାରେ ବୁଧବାର ସକାଳ ୫ଟା ବେଳେ ଏହି ଭୂମିକମ୍ପ ହୋଇଥିଲା । ବିକାନୀର ସହରଠାରୁ ୩୪୩ କିଲୋମିଟର ଉତ୍ତରପଶ୍ଚିମରେ ଏହାର କେନ୍ଦ୍ର ଥିବା ଜଣାଯାଇଛି । ତେବେ ଏହି ଭୂମିକମ୍ପ ଯୋଗୁଁ ଧନଜୀବନହାନୀର କୌଣସି ସୂଚନା ମିଳିପରିନାହିଁ । ସେହିପରି ସକାଳ ୪ଟା ୫୭ ମିନିଟରେ ଲଦାଖର ଲେହରେ ୩.୬ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି ବୋଲି ଏନସିଏସ କହିଛି । ଆଜି ମଧ୍ୟ ମେଘାଳୟର ପଶ୍ଚିମ ଗାରୋ ପର୍ବତମାଳା ଅଞ୍ଚଳରେ ଏକ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଚର ସ୍କେଲରେ ଏହାର ତୀବ୍ରତା ୪.୧ ଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ବୁଧବାର ରାତି ୨ଟା ୧୦ ମିନିଟରେ ଏହି ଭୂମିକମ୍ପ ହୋଇଥିବା ଜଣାଯାଇଛି ।






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..