ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭୂକମ୍ପରେ ଥରିଲା ଇଣ୍ଡୋନେସିଆ | ଏହା ପରେ ସୁନାମି ଚେତାବନୀ ଦିଆଯାଇଛି। ମଙ୍ଗଳବାର ଦିନ ଇଣ୍ଡୋନେସିଆର ମାଉମେରର ୯୫ କିଲୋମିଟର ଉତ୍ତର-ପୂର୍ବରେ ଥିବା ନ୍ୟୁସା ଟେଙ୍ଗଗାରା ରେ ଭୂକମ୍ପ ଅନୁଭବ ହୋଇଥିବା ସୂଚନା ମଳିଛି | ବେଳେ ରିକ୍ଟେର ସ୍କେଲରେ ଏହାର ତିବ୍ରତା ୭.୭ ରେକର୍ଡ଼ କରାଯାଇଛି। ୟୁଏସଜିଏସ ସୂଚନା ଅନୁଯାୟୀ ସୁନାମି ପାଇଁ ସତର୍କ ସୂଚନା ଜାରି କରାଯାଇଛି । ପାଣିପାଗ ବିଭାଗ ଅନୁଯାୟୀ, ଭୂକମ୍ପର କେନ୍ଦ୍ର ପାଞ୍ଚ କିଲୋମିଟର ଗଭୀରରେ ଥିଲା । ସର୍ବଶେଷ ସୂଚନା ଅନୁଯାୟୀ, ଏପର୍ୟ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନାହିଁ। ଏହାପୂର୍ବରୁ ଡିସେମ୍ବର ୫ ରେ ଇଣ୍ଡୋନେସିଆର ଟୋବେଲୋ ଠାରୁ ୨୫୯ କିଲୋମିଟର ଦୂରରେ ଉତ୍ତର ଦିଗରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୬.୦ ରେକର୍ଡ କରାଯାଇଥିଲା ।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..