ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ ଓ କାଶ୍ମୀରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରେକର୍ଡ କରାଯାଇଛି। ଭୂମିକମ୍ପର ଝଟକା ଅଞ୍ଚଳର ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା । ଫଳରେ ଅନେକ ଲୋକ ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ। ରବିବାର ରାତି ୧ ଟା ୨୫ ମିନିଟରେ ଭୂମିକମ୍ପ ହୋଇଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ପୃଥିବୀ ପୃଷ୍ଠରୁ ୫ କିଲୋମିଟର ଗଭୀରତାରେ ଥିବା ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ପାଇଛି । ବର୍ତ୍ତମାନ୍ ପର୍ଯ୍ୟନ୍ତ ମୃତାହତ କିମ୍ବା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନି। ସୂଚନାଯୋଗ୍ୟ ପୂର୍ବରୁ ପଶ୍ଚିମବଙ୍ଗର କୋଲକାତାରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୫.୪ ଥିଲା । କୋଲାକାତା ସମେତ ଅନ୍ୟାନ୍ୟ ଆଖପାଖ ଅଞ୍ଚଳରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଯାହା ଅପରାହ୍ନ ୧ଟା ୨୦ ମିନିଟ୍ ସମୟରେ ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶରେ ଥିଲା ବୋଲି କୌଣସି ଏକ ସୂତ୍ରରୁ ପ୍ରକାଶ ପାଇଛି ।






More Stories
କରାଚୀରେ ବ୍ୟାପକ ହିଂସା…..
ଖାମନେଇଙ୍କ ହତ୍ୟାକୁ ନେଇ ଟ୍ରମ୍ପ କଲେ ବଡ଼ ଘୋଷଣା…..
ବୁର୍ଜ ଖଲିଫାକୁ କରାଗଲା ଖାଲି…..