ରିପୋର୍ଟ କାର୍ଡ / କଳାହାଣ୍ଡି / ନବରଙ୍ଗପୁର
ଆଜି କଳାହାଣ୍ଡି ଓ ନବରଙ୍ଗପୁରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ନବରଙ୍ଗପୁର ଜିଲ୍ଲାର ଉମରକୋଟ, ଚନ୍ଦାହାଣ୍ଡି ଓ ଝରିଗାଁରେ ମୃଦୁ ଭୂମିକମ୍ପ ଝଟକା ହୋଇଥିବା ଜଣାପଡ଼ିଛି। ମୃଦୁ ଭୂମିକମ୍ପ ଯୋଗୁ ୬ରୁ ୭ ସେକେଣ୍ଡ ଥରି ଉଠିଥିଲା ଭୂପୃଷ୍ଠ। ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୩.୫ ରେକର୍ଡ ହୋଇଛି । ପୂର୍ବାହ୍ମ ୧୧ଟା ୨୯ ମିନିଟରେ ଭୂମିକମ୍ପ ହୋଇଛି । ଫଳରେ ଲୋକମାନେ ଭୟଭୀତ ହୋଇ ଘର ବାହାରକୁ ପଳାଇ ଆସିଥିଲେ। ଭୂମିକମ୍ପର ଗଭୀରତା ୯ କିମି ରହିଥିବା ସୂଚନା ମିଳିଛି ।
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
କମିଲା ଗ୍ୟାସ୍ ଦର……
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..