ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମ୍ୟାଁମାରରେ ଘଟିଥିବା ଭୟାବହ ଭୂମିକମ୍ପରେ ମୃତକଙ୍କ ସଂଖ୍ୟା ୩ ହଜାର ୪୭୧ରେ ପହଞ୍ଚିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୪ହଜାର ୬୭୧ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି ଏବଂ ୨୧୪ଜଣ ଏବେ ବି ନିଖୋଜ ରହିଛନ୍ତି। ୫,୨୦୦ ଘର, ୧୮୦୦ ସ୍କୁଲ, ୮,୯୦୦ ମନ୍ଦିର ମାଟିରେ ମିଶିଛି। ମିଆଁମାର ଭୂକମ୍ପରେ ୧୭୭ ହସ୍ପିଟାଲ, ୧୬୯ ବ୍ରିଜ, ୧୯୮ ଡ୍ୟାମ ନଷ୍ଟ ହୋଇଛି ବୋଲି ସୂଚନା ମିଳିଛି। ଧ୍ବଂସସ୍ତୂପ ତଳେ ସହସ୍ରାଧିକ ଲୋକ ପୋତି ହୋଇପଡିଥିବାରୁ ଆଗାମୀ ଦିନରେ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଏବେ ମାଟିତଳୁ ଉଦ୍ଧାରକାରୀ ଦଳ ମୃତାହତଙ୍କୁ ଉଦ୍ଧାର କରିବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ଧ୍ବଂସସ୍ତୁପ ତଳୁ ଚାଲିଛି ଜୀବନ ଖୋଜା। ଭୂକମ୍ପର ପ୍ରଭାବ ଏଭଳି ରହିଛି ଯେ, ଜନତା ଓ ସାମରିକ ସରକାର ଏକପ୍ରକାର କିଂ କର୍ତ୍ତବ୍ୟ ବିମୂଢ଼ ହୋଇପଡିଛନ୍ତି। ଚାରିଆଡେ ଶୁଭୁଛି ଆର୍ତ୍ତଙ୍କ ବିକଳ ଚିତ୍କାର। ଲୋଡା ପଡୁଛି ମାନବୀୟ ସହାୟତା। ଭୂକମ୍ପରୁ ବର୍ତ୍ତିଯାଇଥିବା ଜୀବନ ଏବେ ଅଧିକ କକର୍ଥନାଯୁକ୍ତ ହୋଇପଡିଛି।
More Stories
ୟୁକ୍ରେନ ଉପରେ ଆକ୍ରମଣ କଲା ରୁଷ୍,୩୧ ମୃତ, ୫୦ ଆହତ……
ପଳାତକ ମେହୁଲ ଚୋକସିକୁ ଗିରଫ କଲା ପୋଲିସ…..
୫ ଦେଶରେ ଭୂମିକମ୍ପ ଝଟକା…..