ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନେପାଳରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୩ ରହିଥିବା ବେଳେ, ଏଥିରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭୂମିକମ୍ପ ଯୋଗୁଁ ନେପାଳର ଅନେକ ସ୍ଥାନରେ ଘରଦ୍ବାର ଭାଙ୍ଗିଛି । ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଆହତମାନଙ୍କୁ ସେନାବାହିନୀ ପକ୍ଷରୁ ଏବେ ବି ଉଦ୍ଧାର କରାଯାଉଛି । ଭୂମିକମ୍ପରେ ନେପାଳର ଡୋଟି ଜିଲ୍ଲା ସବୁଠୁ ଅଧିକ କ୍ଷୟକ୍ଷତି ହୋଇଛି । ରାତି ପ୍ରାୟ ୨ଟା ବେଳେ ନେପାଳରେ ଭୂମିକମ୍ପ ହୋଇଥିଲା ନ୍ୟାସନାଲ ଭୂମିକମ୍ପ ବିଜ୍ଞାନ କେନ୍ଦ୍ରର ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳରେ ଥିଲା ବୋଲି କୁହାଯାଇଛି । ରାତି ପ୍ରାୟ ୨ଟାରେ ହରିୟାଣାରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । କେତେକ ସ୍ଥାନରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଚାଲିଆସିଥିଲେ ।ଏହା ଛଡ଼ା ହରିୟାଣାର ଚଣ୍ଡିଗଡ଼, କରନାଲ, ରୋହତକ, ପାନିପଥ ସମେତ ପ୍ରାୟ ସମସ୍ତ ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଥିଲା । ସେପଟେ ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ଭୂକମ୍ପ ଅନୁଭୂତ ହୋଇଛି । ଲଗାତର ଦୁଇ ଦୁଇଥର ଭୂମିକମ୍ପ ଯୋଗୁଁ ଲୋକମାନେ ଭୟଭୀତ ହୋଇଥିଲେ । ଏନସିଏସ୍ ସୂଚନା ଅନୁଯାୟୀ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ନେପାଳ ରହିଥିଲା । ଏବଂ ଏହା ଭୂମିଠାରୁ ୧୦ କିଲୋମିଟର ତଳେ ଥିଲା ବୋଲି ଏନସିଏସ୍ ତାର ଟୁଇଟରେ କହିଛି ।
More Stories
ଚତୁର୍ଥ ଦିନରେ ଅନ୍ତର୍ଜାତୀୟ ଶ୍ରୀଜଗନ୍ନଥ ମହୋତ୍ସବ,ଚିନ୍ତା ଓ ଚେତନା ରେ ଶ୍ରୀଜଗନ୍ନାଥ ଆଲୋଚନା ଚକ୍ର ଅନୁଷ୍ଠିତ…..
ସଞ୍ଚୟ ରାଏ ଦେଲା ଚାଞ୍ଚଲ୍ୟକର ବୟାନ…..
ବିଜେଡି ନେତାଙ୍କ ସମେତ ୬ ଜଣଙ୍କ ନାଁରେ ଗିରଫ ପରୱାନା ଜାରି……