ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜସ୍ଥାନର ବିକେନାରବାସୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି | ବିଳମ୍ବିତ ରାତିରେ ପ୍ରାୟ ୨.୦୧ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୪.୧ ରହିଥିଲା। ସେହିପରି ଭୂପୃଷ୍ଠରୁ ୧୦ କିମି ଗଭୀରରେ ଭୂକମ୍ପର କେନ୍ଦ୍ର ସ୍ଥଳ ବୋଲି ଏନସିଏସ୍ ପକ୍ଷରୁ କୁହାଯାଇଛି। ଭୂକମ୍ପ ଝଟକାରେ ଏଯାଏ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ହେଲେ ଝଟକା ପରେ ଲୋକେ ନିଦରୁ ଉଠି ଖୋଲା ସ୍ଥାନକୁ ଦୌଡ଼ି ପଳାଇଥିବା ଖବର ସାମ୍ନାକୁ ଆସିଛି। ଏନସିଏସ୍ ଟ୍ୱିଟ କରି କହିଛି ଯେ “ରାଜସ୍ଥାନର ବିକେନାର ଠାରୁ ୨୩୬ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ରାତି ୨.୦୧ରେ ୪.୧ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି।” ଏହାପୂର୍ବରୁ ଶନିବାର ଭୋର ସମୟରେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ୫.୨ ତୀବ୍ରତାର ଭୂକମ୍ପ ଝଟକା ଅନୁଭବ ହୋଇଥିଲା। ତେବେ ଏହାଦ୍ୱାରା କୌଣସି କ୍ଷୟକ୍ଷତି ଘଟି ନଥିଲା। ଏବେ ରାଜସ୍ଥାନରେ ମଧ୍ୟ ଭୂକମ୍ପ ଝଟକା ଅନୁଭବ ହୋଇଥିଲେ ମଧ୍ୟ ବଡ଼ଧରଣର କ୍ଷୟକ୍ଷତି ହୋଇ ନଥିବା କୁହାଯାଉଛି।






More Stories
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..
ଆପ ଅଭିଯୋଗକୁ ରାଘବଙ୍କ ଖଣ୍ଡନ…..
ଇସ୍ରାଏଲକୁ ଉଡ଼ିବନି ଏୟାର ଇଣ୍ଡିଆ ବିମାନ…..