Report Card Odisha

| Daily Odia News

ଜାପାନରେ ଭୂକମ୍ପ ,୪ ମୃତ……

(COMBO) This combination of pictures created on March 4, 2021 shows a handout photo (top) taken by a Miyako City official on March 11, 2011 and received from Jiji Press of the tsunami breeching an embankment and flowing into the city of Miyako, Iwate prefecture; and the same area (bottom) nearly 10 years later on January 28, 2021. - Japan this month marks 10 years since the worst natural disaster in the country's living memory -- the massive earthquake, deadly tsunami and nuclear meltdown of March 11, 2011. (Photo by Kazuhiro NOGI and STR / various sources / AFP) / Japan OUT (Photo by KAZUHIRO NOGI,STR/AFP via Getty Images)

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତର ଜାପାନର ଫୁକୁଶିମା ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ବଡ ଧରଣର ଭୂମିକମ୍ପ ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୭.୩ ରେକର୍ଡ କରାଯାଇଛି। ଏହାର କିଛି ସମୟ ପରେ ସୁନାମୀ ନେଇ ଚେତାବନୀ ଜାରି କରାଯାଇଛି। ଭୂକମ୍ପ ହେବା ମାତ୍ରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା। ଏହି ଭୂକମ୍ପରେ ମୃତ୍ୟୁ ପ୍ରଥମେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଏହାସହ ୧୨୬ ଆହତ ମଧ୍ୟ ହୋଇଛନ୍ତି। ଅଘଠଣକୁ ଏଡାଇବା ପାଇଁ ସରକାର ପ୍ରାୟ ୨୦ ଲକ୍ଷରୁ ଅଧିକ ଘରର ବିଦ୍ୟୁତ କାଟ୍‍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଭୂକମ୍ପ ପରେ ଉତ୍ତର ଜାପାନର ଅନେକ ଶପିଂ ମଲ୍‍ ଅଧିକାଂଶ କ୍ଷତିଗ୍ରସ୍ତ ହୋଇଛି। ଚଳନ୍ତା ଅବସ୍ଥାରେ ଥିବା ବୁଲେଟ୍‍ ଟ୍ରେନ ଲାଇନଚ୍ୟୁତ ହେବା ଭୂକମ୍ପର ତିବ୍ରତା ଖୁବ ଅଧିକ ଥିବା ନେଇ ଅନୁଭବ କରାଯାଉଛି। ସେହି ସମୟରେ ଟ୍ରେନରେ ପ୍ରାୟ ୧୦୦ ଜଣ ଥିଲେ। ଟ୍ରେନରେ ଥିବା କୌଣସି ଯାତ୍ରୀ ଆହତ ହୋଇ ନାହାନ୍ତି ବୋଲି ଜଣାପଡିଛି। ଏହାସହ ଅନେକ ଟ୍ରେନ ଓ ବୁଲେଟ ଟ୍ରେନକୁ ବାତିଲ କରାଯାଇଛି। ଜାପାନ ପାଣିପାଗ ବିଭାଗର ସୂଚନାନୁଯାୟୀ, ଦେଶର ଉତ୍ତର-ପୂର୍ବ କ୍ଷେତ୍ରରେ ସୁନାମୀ ନେଇ ସତର୍କ ସୂଚନା ଜାରି କରାଯାଇଛି। ଭୂକମ୍ପର ପ୍ରଭାବ ଫୁକୁଶିମାର ତଟରୁ ୩ ଫୁଟ ଯାଏଁ ଜୁଆର ଉଠିବାର ସମ୍ଭବାନା ରହିଛି। ଏହା ଉପରେ ନଜର ରଖାଯାଇଛି। ଜାପାନରେ ବୁଧବାର ରାତି ୮ଟା୦୬ରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଟୋକିଓ ଠାରୁ ୨୯୭ କିମି ଦୂର ବୋଲି ଜଣାପଡିଛି। ଭୂକମ୍ପରେ ପୂର୍ବ ଜାପାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପୂର୍ବ ଜାପାନର ଅନେକ ଅଞ୍ଚଳରେ ସାରା ରାତି ଭୂକମ୍ପ ଝଟକା ଅନୁଭବ ହୋଇଛି। ଡ୍ରୋନରେ ଉଠା ଯାଇଥିବା ଫଟୋରୁ ଭୂକମ୍ପ କ୍ଷୟକ୍ଷତି ଦୃଶ୍ୟ ରେକର୍ଡ କରାଯାଇଛି। ୧୧ ମାର୍ଚ୍ଚ ୨୦୧୧ରେ ଜାପାନରେ ୯ ତିବ୍ରତାର ଭୂକମ୍ପ ରେକର୍ଡ କରାଯାଇଥିଲା। ଉତ୍ତରପୂର୍ବ ଜାପାନର ଏହି ଭୂକମ୍ପ କାରଣରୁ ହୋଇଥିବା ସୁନାମୀ ପାଇଁ ହଜାର ହଜାର ଲୋକଙ୍କ ଜୀବନ ଚାଲି ଯାଇଥିଲା।

 

Breaking News