Report Card Odisha

| Daily Odia News

ଘୋଷଣା ହେଲା ଲକଡାଉନ,ସୋସିଆଲ ମିଡିଆ ବନ୍ଦ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆର୍ଥିକ ସଙ୍କଟ ଦେଇ ଗତିକରୁଛି ପଡୋଶୀ ରାଜ୍ୟ ଶ୍ରୀଲଙ୍କା | ବର୍ତ୍ତମାନ ଶ୍ରୀଲଙ୍କାରେ ମହଙ୍ଗାମାଡ଼ ଯୋଗୁ ଲୋକଙ୍କୁ ଖାଦ୍ୟ ଅଭାବ ଦେଖିବାକୁ ମିଳିଛି | ଶ୍ରୀଲଙ୍କାରେ ଘୋଷଣା ହୋଇଛି ଲକଡାଉନ । ସାଧାରଣ ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦେଶରେ ୩୬ ଘଣ୍ଟିଆ କର୍ଫ୍ୟୁ ଜାରି କରିଛନ୍ତି ସରକାର । ଆଜି ସନ୍ଧ୍ୟାରୁ ଏହି କର୍ଫ୍ୟୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ସୋମବାର ସକାଳେ ଏହି କର୍ଫ୍ୟୁ ହଟାଇ ଦିଆଯିବ । ଦେଶରେ ଜରୁରୀକାଳୀନ ଘୋଷଣା ପରେ ଏମିତି ନିଷ୍ପତ୍ତି ନେଇଛନ୍ତି ସରକାର । ଏହା ସହିତ ଶ୍ରୀଲଙ୍କା ସରକାର ହିଂସାକାଣ୍ଡକୁ ରୋକିବା ପାଇଁ ସମସ୍ତ ପ୍ରକାରର ସୋସିଆଲ ମିଡିଆକୁ ବ୍ଲକ କରିଛନ୍ତି । ସୋସିଆଲ ମିଡିଆ ଦ୍ୱାରା ବିଭିନ୍ନ ପ୍ରକାରର ମିଥ୍ୟା ସୂଚନାର ପ୍ରସାର ହେବାର ଆଶଙ୍କା କରି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପରେ ଫେସବୁକ୍, ଟ୍ୱିଟ୍ଟର, ଇନଷ୍ଟାଗ୍ରାମ ଏବଂ ଟିକଟକକୁ ବ୍ୟାନ କରି ଦିଆଯାଇଛି ।

Breaking News